ରଜିବ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉଦଘାଟିତ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ରଜିବ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉଦଘାଟିତ ! ବାଙ୍କୀ ନିକଟସ୍ଥ ଗୋଳାଗଣ୍ଡ ଗ୍ରାମପଂଚାୟତ ର ରଜିବ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଏହି ପୂଜା କୁଆଁର ପୂର୍ଣମୀ ଉପଲକ୍ଷେ ଆୟୋଜିତ ହୋଇଥାଏ । ବାଦୀ ଭାଗବତ ପରିବେଷଣ ହେବା ସହ ପ୍ରଥମ ରାତ୍ର ମାନପୁର ସହିତ ବେଗୁନିଆ, ଦ୍ୱିତୀୟ ସନ୍ଧ୍ୟା ଖଣ୍ଡପଡା ବୋଦସା ସହ ବଡମ୍ବା ମଙ୍ଗଳପୁର ସହିତ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଆସନ୍ତା କାଲି ଦୁଇଟି ସୁନାମ ଧନ୍ୟ ସଂକୀର୍ତନ ମଣ୍ଡଳୀ ଙ୍କ ସାଙ୍ଗରେ ବାଦୀ ଆୟୋଜନ କରାଯାଇଛି ! ଉକ୍ତ ଭାଗବତ ର ବିଜେତା ମାନଙ୍କ ମଧ୍ୟରେ ସୋମବାର ଦିନ ଅନ୍ତିମ ପ୍ରତିଯୋଗିତା କରାଯିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଗଜଲକ୍ଷ୍ମୀ ପୂଜା ଅବସରରେ ସମଗ୍ର ରଜୀବ ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ !

Leave a Reply

Your email address will not be published. Required fields are marked *