ଖର୍ପର ଚଣ୍ଡୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଶେଷ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖର୍ପର ଚଣ୍ଡୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଶେଷ , ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଦାବି | ପୂର୍ବ ବାଙ୍କୀର ଐତିହ୍ୟ ଏବଂ ପୌରାଣିକ ପୀଠ ସାମନ୍ତରାପୁର ଗ୍ରାମର ମା ଖର୍ପର ଚଣ୍ଡୀ ପୀଠରେ ଷୋଳତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ଆଜି ଅନୁଷ୍ଠିତ ହୋଇଯାଇଅଛି | ଅକ୍ଟୋବର 22 ତାରିଖ ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଉତ୍ସବର ବିଭିନ୍ନ ଦିବସରେ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ମାନ୍ୟବର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା,ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ର ବର୍ତ୍ତୀ ପ୍ରମୁଖ ଯୋଗଦେଇ ମନ୍ଦିର କମିଟି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ |ଏଠାରେ ସୂଚନା ଯୋଗ୍ୟ ଯେ ବାଙ୍କୀର ଶେଷ ସୀମା ତଥା ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମରେ ମା ଖର୍ପର ଚଣ୍ଡୀଙ୍କ ମନ୍ଦିର ଅବସ୍ତିତ | ଏହା ବହୁତ ପୁରାତନ ମନ୍ଦିର ଯାହାକୁ ଡମପଡା ରାଜା ନିର୍ମାଣ କରିଥିଲେ | କିମ୍ବଦନ୍ତୀ କହେ ଯେ ପୁରୀ ମୁକ୍ତିମଣ୍ଡପ ଲେଖାକୁ ନେଇ ପୁରୀ ରାଜା ଏବଂ ଡମପଡା ଗଡ଼ ରାଜାଙ୍କ ଭିତରେ ଏହି ସ୍ଥାନରେ ଯୁଦ୍ଧ ହୋଇଥିଲା | ମାଆଙ୍କ ଶରଣରେ ଡମପଡା ରାଜା ଅଧିଆ ପଡିବାରୁ ମା ଖର୍ପର ବେଶ ଧାରଣକରି ପୁରୀ ରାଜାଙ୍କୁ ପରାସ୍ତ କରିଥିଲେ | ଏପରି ଏକ ଐତିହ୍ୟ ସ୍ଥାନକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବାକୁ ଗ୍ରାମବାସୀ ବାଙ୍କୀ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି | ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ଦିବାରାତ୍ରି 5 ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରା ଯାଇଥିଲା |ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସାଦ ରଥ, ଭାଗ୍ୟଧର ମିଶ୍ର, ଅଭିରାମ ରଣା, ଜିତେନ୍ ମହାନ୍ତି, ପ୍ରତାପ କୁମାର ସାହୁ, ପ୍ରସନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ | ମହାଯଜ୍ଞରେ କର୍ତ୍ତା ଭାବେ ଅକ୍ଷୟ କୁମାର ରଣା ଏବଂ ସହଧର୍ମିଣୀ ବସିଥିଲେ | ଯଜ୍ଞ ପୁରୋହିତ ଭାବେ ପୂଜକ ଅକ୍ଷୟ ହୋତା ଏବଂ ସାଥି ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *