ଚୋରା ଚାଲାଣ ବେଳେ ଗାଡି ଅଟକ : ୧୫ ଗୋରୁ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ମହିଳା କଲେଜ ନିକଟରେ ଚୋରା ଗୋରୁ ଚାଲାଣ ଗାଡିକୁ ଅଟକ ରଖିଲେ ଯାଜପୁର ଚାନ୍ଦମା ବଜରଙ୍ଗ ଦଳ। ବଜରଙ୍ଗ ଦଳ ଗାଡି ସହିତ ୧୫ଟି ଗୋରୁଙ୍କୁ ଯାଜପୁର ରୋଡ ପୋଲିସର ଜିମା ଦେଇଛନ୍ତି । ସୂଚନା ମୁତାବକ ବ୍ୟାସନଗରର ମହିଳା କଲେଜ ଦେଇ ଦୁଇଟି ଚୋର ଗୋରୁ ଗାଡି ଯାଉଥିବା ବ୍ୟାସନଗର ବଜରଙ୍ଗ ଦଳର ସଂଯୋଜକ ସୁଶୀଲ କୁମାର ମଲ୍ଲିକ କୌଣସି ଏକ ସୂତ୍ରରୁ ଖବର ପାଇଥିଲେ । ଏହି ଚୋରା ଗୋରୁ ଗାଡିକୁ ଅଟକାଇବା ପାଇଁ ସେ ନିଜର କାର୍ଯ୍ୟକର୍ତ୍ତାଙ୍କୁ ଖବର ଦେଇଥିଲେ। ଚାନ୍ଦମା ବଜରଙ୍ଗ ଦଳର କାର୍ଯ୍ୟକର୍ତା ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଅଟକାଇଥିଲେ। ତେବେ ଗାଡି ଦୁଇଟି ଖସି ପଳେଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅଧିକ କାର୍ଯ୍ୟକର୍ତ୍ତା ପହଂଚି ଯିବାରୁ ଗାଡିଦୁଇଟି ଖସି ପାରିନଥିଲେ । ବଜରଙ୍ଗ ଦଳର ସଂଯୋଜକ ସୁଶୀଲ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟି ଆଉ ୧୫ଟା ଗୋରୁଙ୍କୁ ଯାଜପୁର ରୋଡ ପୋଲିସ ଯିବା ଦେଇଥିଲେ। ଗୋରୁ ଗାଡି ଗୁଡିକ ପହଙ୍ଗାରୁ କାଚରାସାହି ଯାଉଥିବା ଜଣାପଡ଼ିଛି। ଏଥିସହିତ ଯାଜପୁର ରୋଡ ପୋଲିସ ଗୋରୁ ଚାଲାଣ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *