ରାୟଗଡା ଜିଲ୍ଲା ର ବିଛିନ୍ନାଞ୍ଚଳ : ଭିତରଝୋଲା

0
238
Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଜିଲ୍ଲା ମାନଚିତ୍ର ରୁ ସତେ ଯେମିତି ଲିଭି ଯାଇଛି ଭିତରଝୋଲାର ନାମ – ଏପରି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା . ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ଅଧିନସ୍ଥ ଭିତରଝୋଲା ଗ୍ରାମରେ ଦୀର୍ଘ ଦିନରୁ ଲାଗିରହିଛି ସମସ୍ୟା . ପାନୀୟ ଜଳ ଠାରୁ ଆରମ୍ଭ କରି ଗମନାଗମନ, ପ୍ରାଥମିକ ସ୍ୱାସ୍ଥ୍ୟସେବା ସବୁଥିରେ ଅବହେଳିତ ଏହି ଗ୍ରାମ .ପିଇବା ପାଣି ପାଇଁ ଝରଣା ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ . ସେହିପରି ଗ୍ରାମକୁ ଯିବା ଆସିଵା କରିବାକୁ ଏକମାତ୍ର ସାହା ହେଉଛି ମାଟିରାସ୍ତା . ତେବେ ବର୍ଷାଦିନେ ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇ ଗମନାଗମନ ହେଉଛି ବାଧାପ୍ରାପ୍ତ . ବର୍ଷାଦିନ ଆସିଲେ ଏହି ରାସ୍ତାରେ ଯିବା ଆସିବା କଷ୍ଟକର ହେଉଛି . ପିଲାଙ୍କ ପାଠ ପଢିବାକୁ ସ୍କୁଲଟିଏ ମଧ୍ୟ ନାହିଁ . ଗ୍ରାମବାସୀଙ୍କର ଏହି ଅସୁବିଧା ସମ୍ପର୍କରେ ପଞ୍ଚାୟତ ଅଫିସ ଏବଂ ସରପଞ୍ଚକୁ ଜଣାଇବା ପରେବି କୌଣସି କାଯ୍ୟ ହେଉ ନାହିଁ . ପ୍ରଶାସନିକ ଅବହେଳା ଓ ବିଭାଗୀୟ ଉଦାସୀନତା ଯୋଗୁଁ ଗ୍ରାମବାସୀ ଭୋଗୁଛନ୍ତି ନାହିଁ ନଥିବା କଷ୍ଟ . ବିକାଶ ର ସ୍ଲୋଗାନ ରାୟଗଡାର ଭିତରଝୋଲା ଗ୍ରାମରେ କେବେ ପହଞ୍ଚିବ ତାହା ଦେଖିବାକୁ ବାକି .

LEAVE A REPLY

Please enter your comment!
Please enter your name here