ବରିଷ୍ଠ ନାଗରିକ ସମ୍ମାନ ସମାରୋହ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗାଁ ମାଟି ଏବଂ ବାପା ମା ଙ୍କୁ ସମ୍ମାନ ଦେଲେ ହିଁ ଜୀବନ ହୂଏ ସାର୍ଥକ | ଏପରି ମନ୍ତବ୍ୟ ରଖିଥିଲେ କିଛି ବରିଷ୍ଠ ନାଗରିକ , ଯେଉଁ ମାନଙ୍କୁ ନିକଟରେ ଅରପୁର ଗ୍ରାମରେ ସମ୍ବର୍ଦ୍ଧିତ କରାଯାଇଥିଲା | ବାଙ୍କୀ ଡମପଡା ବ୍ଲକର ଅରପୁର ଗ୍ରାମର ଅଷ୍ଟପ୍ରହରୀ ନମଯଂଜ୍ଞ ଅଠଶଠି ବର୍ଷରେ ଚଳିତ ବର୍ଷ ପଦାର୍ପଣ କରିଛି | ନବମୀ ମହୋତ୍ସବର ଶେଷ ଦିବସରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , କଂଗ୍ରେସ ନେତା ଡକ୍ଟର ଦେବାଶିଷ ପଟନାୟକ, ବାଙ୍କୀ ଵିକାଶ ମଞ୍ଚର ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ବର୍ତ୍ତମାନର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ | ଗାଁ ର କୁନି ପ୍ରତିଭା ମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଇ ନୃତ୍ୟଶିଳ୍ପୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ସାମାଜିକ କର୍ମୀ ସୁବ୍ରତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଜୟାନନ୍ଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦର୍ଶ ଅରପୁର ଗ୍ରାମର ଚାରି ଜଣ ବାୟାଯୋଷ୍ଠ ନାଗରିକ ଶ୍ୟାମ ସୁନ୍ଦର ସ୍ୱାଇଁ, ଯୋଗେନ୍ଦ୍ର ନାୟକ, ଅକୁର ନାୟକ, ସୁଦାମ ନାୟକଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଉ ସୁନାଗରିକ ସମ୍ନାନରେ ସମ୍ବର୍ଦ୍ଧିତ କରିଥିଲେ | ନୟାଗଡ଼ରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ପୌରାଣିକ ନାଟକ “ଲଵ କୁଶ ଜନ୍ମ ମଞ୍ଚସ୍ଥ ହୋଇଥିଲା | ସମସ୍ତ କାର୍ଯ୍ୟକ୍ରମ ରଘୁନାଥ ମନ୍ଦିର ପୂଜା କମିଟି, ମହାବୀର କ୍ଲବ ଏବଂ ଗ୍ରାମବାସୀଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ ହୋଇଥିଲା |

Leave a Reply

Your email address will not be published. Required fields are marked *