କୃଷକ ବିରୋଧି ଆଇନ ବିରୋଧରେ ଏ.ଆଇ.କେ.କେ.ଏମ୍‌.ଏସ ପକ୍ଷରୁ ବିକ୍ଷୋଭ!!

0
228

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବିଭିନ୍ନ ଦାବୀ ନେଇ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ୧୯୫୫ ମସିହା ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା, କଣ୍ଟ୍ରାକ୍ଟ ଫାରମିଙ୍ଗ ବା ଚୁକ୍ତିଚାଷ ଆଇନ ରଦ୍ଦ କରିବା ଦାବୀରେ ଆହୂତ ସର୍ବଭାରତୀୟ ପ୍ରତିରୋଧ ଦିବସ ଉପଲକ୍ଷେ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାରା ଦେଶ ଆଜି କରୋନା ମହାମାରୀରେ କବଳିତ, ସାଧାରଣ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି; ହେଲେ ସେତେବେଳେ କେନ୍ଦ୍ର ସରକାର ଗୋଟାଏ ପରେ ଗୋଟାଏ ଜନମାରଣ ଆଇନ ପ୍ରଣୟନ କରିଚାଲିଛନ୍ତି । କାଳ ବିଳମ୍ବ ନକରି ରାଜ୍ୟ ସରକାର ମଧ୍ୟ ସେହି ସବୁ ଅନ୍ୟାୟ କଳା ଆଇନ ଗୁଡିକୁ ରାଜ୍ୟରେ ଲାଗୁ କରିଚାଲିଛନ୍ତି । ଗତ ପାର୍ଲାମେଣ୍ଟ ଅଧିବେଶନରେ ସରକାର ୩ ଟି ଚାଷୀମାରଣ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ୍ ଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର କଳାବଜାରୀ ହେବା ସଂଗେ ସଂଗେ କୃତ୍ରିମ ଅଭାବ ସୃଷ୍ଟି ହେବ ବୋଲି ଅଭିଯୋଗ କରିଛି ସଂଗଠନ । ପ୍ରାଇଭେଟ ମଣ୍ଡି ଆଇନ୍ ଦ୍ୱାରା ବଡ ବଡ ବ୍ୟବସାୟୀ ଓ କର୍ପୋରେଟମାନେ ଲାଭବାନ ଓ ଚାଷୀ କ୍ଷତିଗ୍ରସ୍ତ ହେବେ । ଅନ୍ୟପକ୍ଷରେ ଚୁକ୍ତି ଚାଷ ଆଇନ୍ ଦ୍ୱାରା ବହୁ ଦେଶୀୟ କମ୍ପାନୀ ତଥା ବଡ ବଡ ପୁଞ୍ଜିପତି ମାନେ ଚାଷୀଙ୍କୁ ଲୁଟି ଚାଲିବେ । ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ ଆସିଥିବା ଏହି ଆଇନ ଗୁଡିକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜିର ଏହି କାର୍ଯ୍ୟକ୍ରମରେ ଏ.ଆଇ.କେ.କେ.ଏମ୍‌.ଏସ କଟକ ଜିଲ୍ଲା ଆବାହକ ବସନ୍ତ ନାୟକ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଅଶୋକ ବେହେରା, ଶୋଭା ଦେହୁରୀ ପ୍ରମୂଖ ନେତୃତ୍ୱ ନେଇଥିଲେ । ଏହି ପ୍ରତିରୋଧ ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଛି । ଏହି ଜନମାରଣ ଆଇନ ଗୁଡିକ ବିରୁଦ୍ଧରେ ସମସ୍ତ ସ୍ତରର ଜନଗଣ ବିଶେଷକରି ଚାଷୀ ମୂଲିଆମାନେ ସଂଗଠିତ ହେବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here