କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ନିଜ ଜୀବନକୁ ବାଜି ଲଗାଇ ଚାରିଜଣକୁ ବିପଦ ମୁଁହରୁ ବଞ୍ଚାଇ ଥିବା ଟ୍ରାଫିକ ହାବିଲଦାର ଲଳିତମୋହନ ପୁନର୍ବାର ଚର୍ଚ୍ଚାରେ ନିଜର ନିଆରା କାମ ପାଇଁ । କଟକ ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡି ରହୁଥିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ । ଯାହା ଆଜି ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଦେଖି ସଙ୍ଗେ ସଙ୍ଗେ ଝାଡୁ ଧରି ଉକ୍ତ ବାଲି ଓ ଚିପ୍ସ ସଫା କରିଥିଲେ। ନିହାତି ଭାବରେ ଏଜିଭଳି ପୋଲିସ କର୍ମଚାରୀ ମାନଙ୍କର ପାଇଁ ପୋଲିସ ବିଭାଗର ନାମ ଉପରେ ରହୁଅଛି । ପୂର୍ବରୁ ମଧ୍ୟ ଏହି କର୍ମଚାରୀ ଜଣକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଆଗରୁ ୪ ଜଣଙ୍କର ଜୀବନ ବଞ୍ଚାଇ ପୋଲିସ କମିଶନରଙ୍କ ଠାରୁ ସମ୍ମାନିତ ହୋଇଥିଲେ।