କଟକ ମହାନଗର ନିଗମର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ।

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି କଟକ ମହାନଗର ନିଗମର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୨୪ ନମ୍ବର ୱାର୍ଡ ଅନ୍ତର୍ଗତ ହରିପୁର,ଦୋଳମୁଣ୍ଡାଇ ଅଞ୍ଚଳରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ କିଛି ମହିଳା କର୍ମଚାରୀ ମାନଙ୍କୁ ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବିଶ୍ୱ ମହାମାରୀ କରୋନା ସମୟରେ ଏମାନଙ୍କ କାର୍ଯ୍ୟ ଏକ ମହତ୍ତ୍ୱପୁର୍ଣ ଭୂମିକା ଥିବା ସହ, କଠିନ ସମୟରେ ସମସ୍ତ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଦେଉଥିଲେ । ସେନେଇ ଆଜି କଟକର ପୁର୍ବତନ କର୍ପୋରେଟର ତଥା ମହାନଗର ନିଗମର ପୁର୍ବତନ ସ୍ୱାସ୍ଥ୍ୟ ବିଭାଗ ଅଧକ୍ଷ ରଂଜନ କୁମାର ବିଶ୍ବାଳ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ହରିପୁର ଗ୍ରାମର ମୁରବି, ପୂଜା କମିଟିର କିଛି କର୍ମକର୍ତ୍ତା ଏବଂ ମହାନଗର ନିଗମର ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *