35 total views , 1 views today
ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ ବିଦ୍ୟାଳୟର ଉପସ୍ଥିତ ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ମୋ ସ୍କୁଲ ଅଭିଯାନର ଉଦେଶ୍ୟ ଓ ସଫଳତା ସଂପର୍କରେ ବୁଝାଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କୁ ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ କରିବା, ଆଲୁମିନି ଗଠନ କରିବା, ମୋ ସ୍କୁଲ ପାଣ୍ଠି ଗଠନ ଓ ପାଣ୍ଠି ପାଇଁ ଦାନ ସଂଗ୍ରହ କରିବା ତଥା ସଂଗୃହିତ ଅର୍ଥକୁ ମୋ ସ୍କୁଲ ଖାତାରେ ଜମା କଲେ ସରକାର ଦୁଇଗୁଣ ଅନୁଦାନ ପ୍ରଦାନ କରିବେ ବୋଲି ବୁଝାଇଥିଲେ । ସେହି ଅର୍ଥ ଦ୍ବାରା ବିଦ୍ୟାଳୟର ଉନ୍ନତି ଓ ସୌନ୍ଦର୍ଯ୍ୟକରଣରେ ବିନିଯୋଗ କରିବା ପାଇଁ ଶ୍ରୀ ନାଗ ପରାମର୍ଶ ମଧ୍ୟ ଦେଇଥିଲେ । ବୈଠକରେ ପ୍ରଧାନଶିକ୍ଷକ ଡ଼.ବୃଷ କେତୁ ଦାଶ ସହକର୍ମୀ ଓ ପୁରାତନ ଛାତ୍ରଗଣଙ୍କୁ ଦାନ କରିବା ପାଇଁ ଆହ୍ୱାନ କରିଥିଲେ। ବୈଠକରେ ମୋଟ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପୋଷ୍ୟ ବିଦ୍ୟାଳୟ ରୂପେ ମୋ ସ୍କୁଲ ପାଣ୍ଠିକୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟାନ୍ୟ ସୈକ୍ଷିକ ଆଲୋଚନାରେ ସି ଏ ଭେଙ୍କେଟଶ୍ୱର, ଚିତ୍ରା ରଥ, ମିନାକ୍ଷୀ ପାଢୀ, ଜଗନ୍ନାଥ ପଟ୍ଟନାୟକ, ୱାଇ.ଧର୍ମା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।