ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବାଇଗୁଣିଆ ତନ୍ତୁବାୟ ସହଯୋଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବତୀ ପରିଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ୱରେ ପୁରାତନ ଛାତ୍ରଛାତ୍ରୀ, ଇକୋ କ୍ଲବ ସଦସ୍ୟ, ବାଇଗୁଣିଆ ବିକାଶ ପରିଷଦ ସଭାପତି ସର୍ବେଶ୍ୱର ମହାରଣା, ଯୁବନେତା ନାରାୟଣ ମହାରଣା, ଶ୍ରୀକାନ୍ତ ଷଡ଼ଙ୍ଗୀ, କ୍ରିଡା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକ ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶିକ୍ଷକ ଆଶୁତୋଷ ସ୍ବାଇଁ, ପ୍ରଣମ ସାହୁ, ମଞ୍ଜୁରାଣି ପ୍ରଧାନ, ପୁରାତନ ଛାତ୍ର ସନ୍ତୋଷ ବେହେରା, ପ୍ରମୋଦ କୁମାର ଦାସ, ଅଭିମନ୍ୟୁ ସାଥୁଆ, ସୁରେଶ ନାଏକ, ଅଧ୍ୟାପକ କୈଳାସ ମହାରଣା ପ୍ରମୁଖ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବତୀ ପରିଡାଙ୍କ ସ୍କୁଲ ପ୍ରତି ଅତୁଳନୀୟ ଅବଦାନ ଓ ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ପରିଡା ଜଣେ ଦକ୍ଷ ଶିକ୍ଷୟିତ୍ରୀ ସହିତ ଜଣେ ସୁଲେଖିକା ମଧ୍ୟ ଥିଲେ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବହୁ ଉଚ୍ଚକୋଟୀର ଲେଖା ପ୍ରକାଶିତ । ମୋ ସ୍କୁଲ ଅଭିଯାନର ସଭାପତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମାନପତ୍ର ଦେଇ ଶ୍ରୀମତୀ ପରିଡା ଙ୍କୁ ସମ୍ବର୍ଧନା କରି ତାଙ୍କ ସ୍ଥାନ ବିଦ୍ୟାଳୟରେ ସଦାବେଳେ ଅପୁରଣିୟ ରହିବ ପ୍ରକାଶ କରିବା ସହ ଶ୍ରୀମତୀ ପରିଡାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସରକାରଙ୍କର କୋଭିଡ୍ ନିୟମକୁ ସମ୍ପୁର୍ଣ୍ଣ ଦୃଷ୍ଟିରେ ରଖି ଏହି ଉତ୍ସବ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *