ପିପିଲିରେ ଏକତା ଦିବସ ପାଳିତ !!!

0
196

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ପିପିଲିରେ ଏକତା ଦିବସ ପାଳିତ ହୋଇଯାଇଛି । ପିପିଲି ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର ପୁରୀ ମିଳିତ ଭାବେ ଏହାକୁ ପାଳନ କରିଥିଲେ । ଏହି ଅବସରରେ ସଂଗଠନର ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ପଦଯାତ୍ରାର ଆୟୋଜନ କରାଯାଇଥିଲା । ପିପିଲି ଡେଲ୍ଟା ଛକ ଠାରୁ ଆରମ୍ଭ ହୋଇ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହି ପଦଯାତ୍ରା ଯାଇଥିଲା । ପିପିଲି ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପିପିଲିର ବହୁ ସାମ୍ବାଦିକ, ସମାଜସେବୀ ସଂଗଠନର ସମସ୍ତ ସଦସ୍ୟ ଓ ଛାତ୍ର ଛାତ୍ରୀ ମାନେ କୋଭିଡ ନିୟମ ମାନି ସାମିଲ ହୋଇଥିଲେ । ପରେ ସ୍ଥାନୀୟ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା । ସଭାରେ ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ଓ ଅଖଣ୍ଡ ଭାରତକୁ କିପରି ଗୋଟିଏ ସୁତ୍ରରେ ବାନ୍ଧି ଏକତା କରିଥିଲେ ସେ ସମ୍ପର୍କରେ ଅତିଥି ମାନେ ନିଜର ମତ ବ୍ୟକ୍ତ କରିଥିଲେ। ଶେଷରେ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଂ ରମେଶ ଚନ୍ଦ୍ର ଶତପଥୀ, ସଂଗୀତ ଅଧ୍ୟାପକ ସଚ୍ଚିକାନ୍ତ ନାୟକ, ସମ୍ପାଦକ ବିଭୁନି ଚନ୍ଦ୍ର ସାମନ୍ତରାୟ, ବିକାଶ କୁମାର ଅଗ୍ରୱାଲ, ପ୍ରଫୁଲ୍ଲ କୁମାର ସାହୁ, ପଦ୍ମ ଚରଣ ପ୍ରଧାନ, ଅଶୋକ ସାହୁ, ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ବାପୁ ବେହେରା, ଜୀବନଜୟ ରାଉତରାୟ, ଶତ୍ରୁଜିତ ଦାଶ, ଚନ୍ଦନ ପ୍ରଧାନ, ଦେବାଶିଷ ପଣ୍ଡା, ସୁଜିତ ସିଂ,ଜସ୍ମନ ନୁର ଆଞ୍ଚଲ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here