କଟକ ସଦର ମାଟିରେ ଭୁବନେଶ୍ୱର ସାଂସଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନକରି ଆମେ ଗର୍ବିତ :: ଉତ୍କଳ ବିକାଶ ପରିଷଦ !

Spread the love

କଟକ (ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ଏବଂ ଗଡମାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭୁବନେଶ୍ୱର ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ପରିଷଦର କାର୍ଯ୍ୟକର୍ତ୍ତା ମାନେ ଭେଟି ସ୍ୱାଗତ ଜଣାଇବା ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ! ଜଗତସିଂହପୁରର ତିର୍ତୋଲ,ବାଲେଶ୍ଵର ଜିଲ୍ଲା ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ପାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି ବିଜୟୀ କରିବାକୁ ପରିଷଦ ପକ୍ଷରୁ କଟକ ସଦର ମାଟିର ପୁଅ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧାରଣରେ ନିବେଦନ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ “ଉତ୍କଳ ବିକାଶ ପରିଷଦ”ର ଭୂମିକାକୁ ସାଂସଦ ତଥା ନାରିନେତ୍ରୀ ଶ୍ରୀମତୀ ଷଡଙ୍ଗୀ ଉଚ୍ଚ ପ୍ରସଂଶା କରିଛନ୍ତି !

Leave a Reply

Your email address will not be published. Required fields are marked *