ଅଭାବ ଅସୁବିଧା ସହିନପାରି ବିଷ ପିଇଲେ ଦମ୍ପତି : ପତ୍ନୀ ମୃତ !!

0
201

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ଅଭାବନୀୟ ଘଟଣା । ଅଭାବ ଅନଟନ କାରଣରୁ ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ୱାମୀ । ସୂଚନାନୁଯାୟୀ, ବିରିପଟା ଗ୍ରାମର ଶ୍ରୀକାନ୍ତ ମିଶ୍ର ଦିନମଜୁରିଆ ଭାବେ କାମ କରି ପେଟ ପୋଷିଥାନ୍ତି । କିନ୍ତୁ କରୋନା କଟକଣା ପାଇଁ କାମଧନ୍ଦା ବନ୍ଦ ହୋଇ ଯାଇଥିବାରୁ ଅଭାବ ଅନଟନ ଯୋଗୁଁ ଘରେ ଅଶାନ୍ତି ଲାଗି ରହିଥିଲା । ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ତେବେ ଗତକାଲି କୌଣସି କାରଣରୁ ସ୍ୱାମୀ ବିଷ ପିଇବାକୁ ଉଦ୍ୟମ କରିଥିଲେ । ଏହା ଦେଖି ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଠାରୁ ବିଷ ବୋତଲ ଛଡାଇ ନେଇ ନିଜେ ପିଇ ଦେଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସନ୍ଧ୍ୟାରାଣୀ ସେଠାରେ ମୃତ୍ୟୁ ବରଣ କରିଥିଲେ । ଶ୍ରୀକାନ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳପୁର ପୁଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here