ଆଲିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା !!

Spread the love

ଯାଜପୁର (ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋରେଇ ଥାନା ଅନ୍ତର୍ଗତ ଆଲିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକ ଧକ୍କାରେ ଶଶୁର ମୃତ ଏବଂ ଜ୍ୱାଇଁ ଗୁରୁତର । ଦୁର୍ଘଟଣା ପରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଵାବୁଲି ସାମଲ ତାଙ୍କ ଜ୍ୱାଇଁ ନବୀନ ଯାଦବଙ୍କୁ ବାଇକ ଯୋଗେ ପାଣିକୋଇଲିକୁ ଛାଡିବାକୁ ଯାଉଥିବା ସମୟରେ ଆଲିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ଦୁର୍ଘଟଣା ଘଟିଥିଲା । ତେବେ କାର ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ଦୁର୍ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ତେବେ ଡାକ୍ତର ଶଶୁର ବାବୁଲି ସାମଲଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ନବୀନ ଯାଦବଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇଛନ୍ତି ।ଦୁର୍ଘଟଣା ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *