ପାରଳାଖେମୁଣ୍ଡି ଗସ୍ତରେ ନବନିର୍ବାଚିତ କଂଗ୍ରେସ ଜିଲ୍ଲା ସଭାପତି !!

0
318
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବନିର୍ବାଚିତ କଂଗ୍ରେସ ଦଳର ଜିଲ୍ଲା ସଭାପତି ଭାବେ ମନୋନିତ ହୋଇଥବା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲାର ସଭାପତିତ୍ୱ ଦାୟୀତ୍ୱ ଗ୍ରହଣ କରିବା ପରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ଗୁମ୍ମା ବ୍ଲକର ୨୦ଗୋଟି ପଞ୍ଚାୟତ ବୁଲି ଦଳର ସ୍ଥିତି ଅନୁଧ୍ୟାନ କରିଥିଲେ । ବ୍ଲକର କଂଗ୍ରେସ କର୍ମୀ ମାନଙ୍କ ସହିତ ପଞ୍ଚାୟତ ପରିଦର୍ଶନ କରିଥିଲେ । ବର୍ତ୍ତମାନ ଦଳରେ ଘଟିଥିବା ସମସ୍ତ ଘଟଣା ବିଷୟରେ କର୍ମୀମାନେ ଆଲୋଚନା କରିଥିଲେ । ଆସନ୍ତା ୧୦ତାରିଖରେ ହେବାକୁ ଯାଉଥିବା କୃଷକ ରାଲିରେ ଉପସ୍ଥିତ ରହିବା ପାଇଁ କର୍ମୀ ମାନଙ୍କୁ ଅନୁେରାଧ କରିଥିଲେ । ଏବଂ ଆଗାମୀ ଦିନ ମାନଙ୍କରେ ଦଳର ସମାସ୍ୟା ହେଲେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଭାଇସ ଚେୟାରମ୍ୟାନ ଗିତା, ପୂର୍ବତନ ଭିସି, ସମସ୍ତ କଂଗ୍ରେସ ସରପଞ୍ଚ, ପାରଳାଖେମୁଣ୍ଡିରୁ ପୂର୍ବତନ ଉପାଧକ୍ଷ ସଂଜୟ ଅଧିକାରୀ, ନଗର ସଭାପତି ବସନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here