ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାେମୁଣ୍ଡି ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମା ସ୍ବାମୀ ମନ୍ଦିରରେ ଗିରି ଗୋବର୍ଦ୍ଧନ ପୂଜା ମହା ଆଡମ୍ବରରେ ହୋଇଯାଇଛି।ଇନ୍ଦ୍ରଙ୍କ କୋପରୁ ଗୋପପୁର ବାସୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୂ ଶ୍ରୀ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉପରକୁ ଉଠାଇଥିଲେ।ସେହି ପୌରାଣିକ ସ୍ମୃତିକୁ ଆଧାର କରି ଗୋବର୍ଦ୍ଧନ ପୂଜା ଦୀପାବଳୀ ଅମାବାସ୍ୟା ପରଦିନ ଅନୁଷ୍ଠିତ ହୁଏ।ଏହି ପରିପେକ୍ଷୀରେ ପୂଜାର ଆୟୋଜନ ହୋଇଥିଲା। ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ଠାକୁର ଙ୍କ ଆଶୀର୍ବାଦ ନେଇଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଛି।
ରାମାସ୍ୱାମୀ ମନ୍ଦିରରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ !!!

