ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଲ୍ ଓଡିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ୱାର୍କର୍ସ ଆସୋସିଏସନ୍ ନୟାଗଡ ଜିଲ୍ଲା ଭାପୁର ଓ ଖଣ୍ଡପଡା ମିଳିତବ୍ଲକ କମିଟି ପକ୍ଷରୁ ରଙ୍ଗତୂଳୀ କଳାକାରଙ୍କ ଏକ ବୈଠକ ଚିତ୍ରଶିଳ୍ପୀ ବିମଳ କିଶୋର ମହାରଣା ଅଧ୍ଯକ୍ଷତାରେ ବିଜିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ବିଜିପୁର ଅଞ୍ଚଳର ମୃତ ରଙ୍ଗ ତୂଳୀ କଳାକାର ଜମ୍ବେଶ୍ଵର ମହାରଣାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଅଞ୍ଚଳର ରଙ୍ଗ ତୂଳୀ କଳାକାର ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରିଚୟ ପତ୍ର ପ୍ରଦାନ, ବର୍ଷସାରା କାମ,ସାମାଜିକ ସୁରକ୍ଷା, ସ୍ୱତନ୍ତ୍ର ରଙ୍ଗ ତୂଳୀ କଳାକାର କଲ୍ୟାଣ ବୋର୍ଡ଼ ଗଠନ, ପେନ୍ସନ ବ୍ୟବସ୍ଥା, ପରିବେଶ ଓ ଜୀବୀକା ବିନାସକାରୀ ଫ୍ଲେକ୍ସ ବ୍ୟବହାରକୁ ନିଷିଦ୍ଧ କରିବା ଆଦି ଦାବିକୁ ନେଇ ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ବୈଠକରେ ନିଷ୍ପତି ନିଆଯିବା ସହ ବ୍ଲକ ସ୍ତରୀୟ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି । ସଭାପତି ବିମଳ କିଶୋର ମହାରଣା, ଉପସଭାପତି ଜଗନ୍ନାଥ ମହାପାତ୍ର, ସଂପାଦକ ଗଣେଶ୍ଵର ସାହୁ, ସହ ସଂପାଦକ ପ୍ରସାନ୍ତ କୁମାର ସାହୁ ଏବଂ କୋଷାଧ୍ଯକ୍ଷ ପ୍ରମୋଦ କୁମାର ବରାଡ ଙ୍କୁ ସର୍ବସମ୍ମତ ନିର୍ବାଚିତ କରାଗଲା । ମୃତ ଜମ୍ବେଶ୍ଵର ମହାରଣାଙ୍କ ସ୍ତ୍ରୀଙ୍କୁ ରାଜ୍ୟର ରଙ୍ଗ ତୂଳୀ କଳାକାର କିଛି ଅର୍ଥ ଚାନ୍ଦା କରି ଏକ ସିଲାଇ ମେସିନ ସହ କିଛି ଅର୍ଥ ସହଯୋଗ କରିଥିଲେ । ଉକ୍ତ ବୈଠକରେ ସଂଘ ସାଧାରଣ ସଂପାଦକ ରଞ୍ଜନ ମିଶ୍ର , ଜିଲ୍ଲା ସଂପାଦକ ସୁରେନ୍ଦ୍ର କୁମାର ଜେନା, ଜିଲ୍ଲା ସଂଯୋଜକ ବସନ୍ତ କୁମାର ନାୟକ ଉପସ୍ଥିତ ରହିବା ସହ ବହୁ ରଙ୍ଗ ତୂଳୀ କଳାକାର ଉପସ୍ଥିତ ଥିଲେ ।