ଭାରତ ବନ୍ଦ କୁ ଢେଙ୍କାନାଳ ବଣିଜ ସଂଘର ସମର୍ଥନ !!!

0
204

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସମଗ୍ର ଭାରତ ବର୍ଷରେ ବାଣିଜ୍ୟ ସଂଘ ଡାକରା ଦେଇଥିବା ଭାରତ ବନ୍ଦ କୁ ଢେଙ୍କାନାଳ ବଣିଜ ସଂଘ ପୂର୍ଣ ମାତ୍ରାରେ ସମର୍ଥନ ଜଣାଇଥିଲା । ଏହି ବନ୍ଦ ଡ଼ାକରାରେ ଛୋଟ ବଡ ଉଠା ଦୋକାନୀ ଙ୍କ ସହ ପରିବା ଵାଲା, ଠେଲାଗାଡି ବେପାରୀ ମଧ୍ୟ ସମର୍ଥନ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା . ଜିଲ୍ଲା ବଣିଜ ସଂଘ ର ସଭାପତି ସରୋଜ ଚନ୍ଦ୍ର ପାଢି ଭାରତ ବନ୍ଦ କୁ ସମର୍ଥନ ଦିଆଯିବା ନେଇ ଆଗରୁ ପ୍ରକାଶ କରିଥିଲେ କହିଛନ୍ତି ।

ସରକାର ଜିଏସଟି ର ଜଟିଳ କରଣ କରିବା, ଅଧିକା ଟ୍ୟାକ୍ସ ଆଦାୟ କରିବା ଘଟଣାକୁ ବଣିଜ ସଂଘ ତୀବ୍ର ନିନ୍ଦା କରିବା ସହ ଘୋର ବିରୋଧ ମଧ୍ୟ କରିଛି । ଭାରତ ବନ୍ଦ ପୂର୍ଣ ଭାବରେ ଢେଙ୍କାନାଳରେ ସଫଳ ହୋଇଛି ବୋଲି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ଦାସ କହିଛନ୍ତି । ଯଦି ସରକାର ବଣିଜ ସଂଘର ଦାବୀ ଉପରେ ବିଚାର ନକରନ୍ତି ତେବେ ଆଗକୁ ସଂଘ ତାର ତୀବ୍ର ବିରୋଧ କରିବ ବୋଲି ସଭାପତି ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here