ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି . ଏହି ଦର୍ଶନ ଦେଖିବା ସକାଶେ ଭକ୍ତଙ୍କ ସୁଅ ଛୁଟି ବାର ଦେଖିବାକୁ ମିଳିଛି । ପୌରାଣିକ ତଥ୍ୟ ଅନୁଯାୟୀ ବରୁଣ ହ୍ରଦରେ ଥିବା ଗଜରାଜ ସ୍ନାନ କରୁଥିବା ବେଳେ ସେହି ହ୍ରଦରେ ଥିବା ଏକ ବିରାଟକାୟ କୁମ୍ଭୀର ଗଜରାଜକୁ ଆକ୍ରମଣ କରିଥିଲେ । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ବିକଳରେ ସେ ମହାପ୍ରଭୁଙ୍କୁ ଆତୁର ନିବେଦନ କରିଥିଲେ। ଗଜରାଜଙ୍କ ପ୍ରାର୍ଥନାରେ ସ୍ୱୟଂ ନାରାୟଣ ଉଭା ହୋଇ ଚକ୍ର ପେଶୀ କୁମ୍ଭୀରକୁ ମାରି ଗଜରାଜ କୁ ଉଦ୍ଧାର କରିଥିଲେ । ସେହି ପୌରାଣିକ ରୀତି ଅନୁଯାୟୀ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେଉଅଛି ।