ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ତାଳଚେର ଉପକଣ୍ଠ କଣିହାଁ ବ୍ଲକ ସ୍ଥିତ ସମଲ ବ୍ୟାରେଜ୍ ଠାରେ ଅବସ୍ଥିତ ଚକ୍ରଶିଳା ମନ୍ଦିର । ଏହି ମନ୍ଦିର ମଧ୍ୟରେ ପୂଜା ପାଆନ୍ତି ଭୋଳେଶ୍ୱର ମହାଦେବ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା, ଆଜି ହେଉଛି ଏହି ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଦିବସ । କରୋନା ମହାମାରୀ ର କାୟା ସମଗ୍ର ବିଶ୍ୱ କୁ ବ୍ୟାପି ଥିବାବେଳେ ଏହି ମହାମାରୀ ରୁ ସମଗ୍ର ବିଶ୍ୱ କୁ ବଞ୍ଚାଇବା ପାଇଁ, ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କ ହିତ ପାଇଁ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ଏହି ଯଜ୍ଞ ରେ କର୍ତ୍ତା ଭାବେ ପ୍ରଦିପ ଗିରି ଓ ସଂଯୁକ୍ତା ଭାରତୀ ଯଜ୍ଞାଦିକର୍ମ ସମାପନ କରିଥିଲେ । ଚକ୍ରଶିଳା ମନ୍ଦିର କମିଟିର ସଭାପତି ସୁର୍ଯ୍ୟକାନ୍ତ ବିଶି ଏହି ମହାଯଜ୍ଞ ର ଦାୟିତ୍ୱ ନିର୍ବାହ କରିଥିଲେ । ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସାମାଜିକ କର୍ମୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଯଜ୍ଞକର୍ମ ସମାପନ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସହ ଆଖପାଖ ଅଞ୍ଚଳର ଗ୍ରାମବାସୀ ମାନେ ଏହି ଯଜ୍ଞରେ ଉପସ୍ଥିତ ରହି ବିଭୁକୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ ।