ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତିର କର୍ମଚାରୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି . ଏହି ୟୁନିଟର କର୍ମଚାରୀ ମାନେ ଶିଶୁ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ଆଠ ବର୍ଷ ହେଲା ଚୁକ୍ତ ଭିତ୍ତିକ କର୍ମଚାରୀ ହିସାବରେ କାର୍ଯ୍ୟକରି ଆସୁଛନ୍ତି । ଚୁକ୍ତି ଭିତ୍ତିକ ଭାବରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ସେମାନଙ୍କୁ ସର୍ଵନିମ୍ନ ସୁବିଧା ଯଥା ମୌଳିକ ଦରମା, ପ୍ରଭିଡେଣ୍ଟ ଫଣ୍ଡର ବ୍ୟବସ୍ଥା କରିବା , ଇନ୍ସସୁରେନ୍ସରେ ପଞ୍ଜିକୃତ କରିବା, ବାର୍ଷିକ ଦରମା ବୃଦ୍ଧିରୁ ବଞ୍ଚିତ କରିଛନ୍ତି । ଯାହା ଫଳରେ କି କାର୍ଯ୍ୟରତ ଥିବା କର୍ମଚାରୀ ପ୍ରତି ସମୟରେ ଇସ୍ତଫା ଦେବା ଯୋଗୁଁ ଶିଶୁ ସୁରକ୍ଷା କାର୍ଯ୍ୟରେ ବାରମ୍ବାର ବାଧା ଉପୁଜୁଛି . ସେମାନେ ତାଙ୍କ ଦାବିପତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ସେମାନଙ୍କୁ ନିୟମିତ କରିବା ସହ ଯଦି ସରକାର ସବୁ ସୁବିଧା ଦିଆ ଯାଇଥାନ୍ତା ତାହା ହେଲେ ଶିଶୁ ସୁରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରାଜ୍ୟରେ ଆହୁରି ଅଧିକ କାର୍ଯ୍ୟକ୍ଷମ ହୋଇ ପାରିଥାନ୍ତା । ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ 2012 ଏବଂ 2013 ରୁ କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ନିୟମିତ ତ ଦୂରର କଥା ସରକାରୀ କର୍ମଚାରୀ ହିସାବରେ ସର୍ଵନିମ୍ନ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଇଛି ।