ଗଜପତି ଜିଲ୍ଲାରେ କୋଭିଡ଼ ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ !!!

0
279

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋଭିଡ଼ ସଂକ୍ରମଣ ନ ବ୍ୟାପିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଠାରୁ ଲୋକ ମାନଙ୍କୁ କରୋନା ସଂକ୍ରମଣ ଉପରେ ସତର୍କ ରହିବା ପାଇଁ ସଚେତନ କରାଯିବା ଓ ତାର କିଭଳି ଦୃଢ଼ ମୁକାବିଲା କରାଯିବ ସେ ନେଇ ନିର୍ଦ୍ଦେଶ ଆସିବା ପରେ ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ଭାବେ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିପାଇଁ ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନ ସଚେତନତା କରାଯାଉଛି . ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ ଦ୍ୱାରା ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ଧରପଗଡ଼ କରାଯାଇ ଜୋରିମାନା ଆଦାୟ କରାଯାଉଛି ।

ତା ସହିତ ଭ୍ରାମ୍ୟମାଣ କରୋନା ଟେଷ୍ଟିଙ୍ଗ ଦଳ ଦ୍ୱାରା ଯିବା ଆସିବା କରୁଥିବା ଲୋକଙ୍କୁ ଏନ୍ଟିଜେନ ଟେଷ୍ଟ କରାଯାଉଛି । ହାଟ ଦୋକାନ ବଜାର ଆଦି ସ୍ଥାନ ମାନଙ୍କରେ ଯେପରି ଭିଡ଼ ନ ହୁଏ ସେଥି ପାଇଁ ଲୋକଙ୍କୁ ସଚେତନତା କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ସ୍ଥାନ ମାନଙ୍କରୁ ଦୂରେଇ ରହିବା ଭଳି ସଚେତନତା କରାଯାଉଛି ।

LEAVE A REPLY

Please enter your comment!
Please enter your name here