ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ ଆର.ଏମ୍.ସି ପରିସରରେ ୱେଟ ବ୍ରିଜ ଥାଇ ଘରୋଇ ୱେଟ ବ୍ରିଜରେ ଚାଷି ଧାନ ଓଜନ କରୁଛନ୍ତି, ଚାଷିଙ୍କୁ ଘରୋଇ ୱେଟ ବ୍ରିଜ ସକାଶେ ପ୍ରୋତ୍ସ।ହନ ଦେଉଛି କିଏ ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର.ଏମ.ସି ପରିସରରେ ଚାଷୀଙ୍କ ସକାଶେ ୱେଟ ବ୍ରିଜ ରହିଅଛି । ଚାଷି ଖରିଫ ଓ ରବି ଋତୁରେ ଧାନ କପା ଓଜନ ସକାଶେ ମଣ୍ଡିକୁ ଆଣିଥାଏ, ସେଠାରୁ ଓଜନ ହେଲା ପରେ ମିଲର କିମ୍ବା ବ୍ୟବସାୟି ଉତ୍ପାଦିତ ଦ୍ରବ୍ୟ ନେଇଥାନ୍ତି ।
ଦୀର୍ଘ ବର୍ଷ ହେଲା ସରକାରୀ ୱେଟ ବ୍ରିଜରେ ଓଜନ ପରେ, ଚାଷି ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରୁଥିଲା . ବର୍ତ୍ତମାନ ଖରିଫ ୠତୁ ରେ ଧାନ ଅମଳ ହେଉଥିବାରୁ ଚାଷି ସମବାୟ ସମିତି ଜରୀଆରେ ନିଜର ଉତ୍ପାଦିତ ଧାନ ଆର.ଏମ୍.ସି ୱେଟ ବ୍ରିଜ ରେ ଓଜନ ନ କରି ଘରୋଇ ୱେଟ ବ୍ରିଜରେ ଓଜନ କରା ଯାଇ ଚାଷି ମିଲରଙ୍କ ନିକଟକୁ ନେଉଅଛି । ଯାହା ଫଳରେ ଆର.ଏମ୍.ସି ଏବଂ ସରକାରଙ୍କ ରାଜସ୍ବ ହାନି ହେଉଛି ।
ଯଦି ସରକାରୀ ୱେଟ ବ୍ରିଜ ଥାଇ ଉପକୃତ ହୋଇ ପାରୁନାହାଁନ୍ତି ଚାଷି ତେବେ ଚାଷି ଆରଏମ ସି ତରଫରୁ ସହଯୋଗ ମିଳୁ ନାହିଁ କି ? ବୋଲି ବିରାଟ ପ୍ରଶ୍ନବାଚି ସୃଷ୍ଟି ହେଉଛି ନା ମିଲର ନା ସମବାୟ ସମିତି ଚାଷି ଙ୍କୁ ଘରୋଇ ୱେଟ ବ୍ରିଜ ସକାଶେ ବାଧ୍ୟବାଧ୍ୟକତା କରାଯାଉଛି ? ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ଓ ସରକାରଙ୍କ ରାଜସ୍ୱ ମଧ୍ୟ ଆଦାୟ ହୋଇପାରନ୍ତା ।