ଗୋ-ହତ୍ୟା ଏବଂ ଗୋ-ଚାଲାଣ ବନ୍ଦ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

0
191

ଭୁବନେଶ୍ୱର // କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଗୋ-ହତ୍ୟା ଏବଂ ଗୋ-ଚାଲାଣ ବନ୍ଦ ପାଇଁ କଡା ଆଇନ ପ୍ରଣୟନ ଦାବୀ କରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ର ପ୍ରାନ୍ତୀୟ ଯୋଜନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସଂଗଠନର ସଦସ୍ୟ ମାନେ ଜ଼ିଲ୍ଲାପାଳ ଙ୍କୁ ଭେଟି ଏହି ଦାବୀପତ୍ର ପ୍ରଦାନ କରିଛନ୍ତି . ରାଜଧାନୀ ଭୁବନେଶ୍ୱରରେ ଉପ-ଜ଼ିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଦାବୀପତ୍ର ପ୍ରଦାନ କରାଯାଇ ଥିବା ସମୟରେ , କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା .

LEAVE A REPLY

Please enter your comment!
Please enter your name here