ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି !!

0
202

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ସ୍ଥିତି କ୍ରମେ ସଙ୍ଗୀନ ହେଉଥିବା ସମୟରେ ପର୍ବ ପର୍ବାଣୀ ଆୟୋଜନକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ ହୋଇଛି । ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେବାୟତ ଏବଂ ପୋଲିସଙ୍କ ଦ୍ୱାରା ରଥ ଟଣା ଯିବ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଥିଲେବି ଆଗକୁ ସ୍ଥିତ ଦେଖି ନିଷ୍ପତ୍ତି ବଦଳି ପାରେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଗତ ବର୍ଷ ମହାମାରୀ ସଂକ୍ରମଣ ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ହୋଇଥିଲା . ସେପଟେ ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here