ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଗଜପତି ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକଙ୍କ ଜରୀଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଉଲ୍ଲେଖ ମୁଖ୍ୟ ଦାବୀ ଗୁଡିକ ହେଲା :- ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଚିକିତ୍ସା ଭତ୍ତା ପ୍ରଦାନ , ଗତ ଜାନୁୟାରୀ ୨୦୨୦ ଠାରୁ ନିୟମିତ ଭାବେ ମହଙ୍ଗା ଭତ୍ତା ପ୍ରଦାନ , ଆନ୍ଧ୍ର ସରକାରଙ୍କ ଭଳି ସରକାରୀ ବସରେ ଯିବା ଆସିବା କଲେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା ଇତ୍ୟାଦି । ସ୍ମାରକ ପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ କର୍ମଚାରୀ ସଂଘର ବିଚିତ୍ରାନନ୍ଦ ବେବର୍ତ୍ତା , ସଚ୍ଚିଦାନନ୍ଦ ସାମିଲ ଉପସ୍ଥିତ ଥିଲେ ।