ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ କମିଟି ତରଫରୁ ଡୁବୁରି ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ ଏସ.ଡି.ଓ ଙ୍କ ଜରିଆରେ ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୦୧୬ ମସିହାର ବିମୁଦ୍ରାୟନ ଏବଂ ପରବର୍ତ୍ତୀ ସମୟରେ ମହାମାରୀ କରୋନା ହେତୁ ସବୁ ବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାକାରୀ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ସାଧାରଣ ଲୋକଙ୍କର କ୍ରୟଶକ୍ତି ହ୍ରାସ ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ତରଫରୁ ଏପ୍ରିଲ ମାସ ଠାରୁ ୟୁନିଟ ପିଛା ୩୦ ପଇସା ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ଜନ ମାରଣ ନୀତି ବୋଲି ଦର୍ଶାଇଛି ଜିଲ୍ଲା କଂଗ୍ରେସ ।
ଜନସାଧାରଣଙ୍କ ହିତ ଦୃଷ୍ଟିରୁ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସୁକିନ୍ଦା ବ୍ଲକ ସଭାପତି ରଣଜିତ କୁମାର ରାଜଙ୍କ ନେତୃତ୍ୱରେ ଡୁବୁରି ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା .