ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାସ୍ଥିତ ବିରୁପାଖେଶ୍ୱର ଶିବ ମନ୍ଦିର ପଛ ପାଶ୍ୱର୍ରେ ନିର୍ମାଣ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟ ଜାଗା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପରିଦର୍ଶନ କରିବା ସହ ଯଥା ଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଛନ୍ତି . ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଙ୍କ ସହ ଆଲୋଚନା କରିଥିଲେ । ତତ୍ ସହିତ ଚାଲିଥିବା ସମତୁଲ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ କହିଥିଲେ । ବିଧାୟକଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଂଚ ମୁରଲୀ ଜେନା, ନୂଆଗାଁ ପି ଡବ୍ଲୁ ଡି କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ଧୀର୍ ,ରାଜସ୍ବ ନିରୀକ୍ଷକ , ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ ଓ ଅଞ୍ଚଳର ବହୁ ଶିକ୍ଷାବିତ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ବିଧାୟକଙ୍କ ଏଭଳି ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ । ନୂଆଗାଁ ସଦର ମହକୁମାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବା ପାଇଁ ଦଶପଲ୍ଲା ବିଧାୟକ ନେଇଥିବା ନିଷ୍ପତି ଓ ତାଙ୍କର ପ୍ରଚେଷ୍ଟାକୁ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରଶଂସା କରିଥିଲେ । ଶିକ୍ଷା ର ଉନ୍ନତି ପାଇଁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଙ୍କ ଏଭଳି ପ୍ରଚେଷ୍ଟା ଓ ପଦକ୍ଷେପ ଏକ ଐତିହାସିକ ପଦକ୍ଷେପ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *