NYK ଫାଉଣ୍ଡେସନ ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ ପେକଟ ଗ୍ରାମର “ତୁମ୍ବେଶ୍ୱର ୟୁଥ କ୍ଲବ” ଦ୍ଵାରା ନେହେରୁ ଯୁବ କେନ୍ଦ୍ରର ଫାଉଣ୍ଡେସନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟ ଜୟଚନ୍ଦ୍ର ଶବର ଓ ସମ୍ମାନିତ ଅତିଥି ରୂପେ ୱାର୍ଡସଭ୍ୟ ଗୋପିନାଥ ଶବର ଯୋଗଦାନ କରିଥିଲେ . କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ୟୁଥ କ୍ଲବର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଚାଚା ନେହେରୁଙ୍କ ଜନ୍ମ ବାର୍ଷିକକୁ ପ୍ରତି ବର୍ଷ NYK ତରଫରୁ NYK ଫାଉଣ୍ଡେସନ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର କିପରି ଗଠିତ ହୋଇଥିଲା, ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ କ’ଣ, ସମାଜ ଦେଶ ପାଇଁ ଏବଂ ବର୍ତ୍ତମାନର ଯୁବପିଢ଼ିକୁ ନିତି ଆଦର୍ଶକୁ ଅନୁସରଣ କରି ଉତ୍ତମ ଭାରତୀୟ ନାଗରିକ ଦିଗରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାୟଗଡ଼ ବ୍ଲକର ଜାତୀୟ ସ୍ଵୟଂ ସେବକ ବିଜୟ ସାହୁ ଏବଂ ଏ ଶ୍ରୀକାନ୍ତ ଦୋରା ଦୁହେଁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *