କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି ଙ୍କ ଅଧ୍ୟକ୍ଷତାରେ ଏକ ଭରଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ , କନ୍ଧମାଳ ଜିଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କୋଭିଡ଼ ନିୟମ ପ୍ରକାରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ମ୍ୟାଲରିଆ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ । ମ୍ୟାଲେରିଆ ଶୂନ୍ୟ କନ୍ଧମାଳ ଲକ୍ଷ୍ୟ ହାସଲ ପାଇଁ ସବୁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ.ରାଜଶ୍ରୀ ପଟନାୟକ ସମସ୍ତଙ୍କ ସହଯୋଗ କାମନା କରିବା ଜିଲାକୁ ମ୍ୟାଲେରିଆ ମୁକ୍ତ ପାଇଁ କରିବା ପାଇଁ ତ୍ୱରିତ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମ୍ୟାଲେରିଆ ଅଧିକାରୀ ଡ଼.ପ୍ରଭାକର ସାହୁ ବିିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ବନ ବିଭାଗର ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡ଼ିପିଏମ୍ଙ୍କ ପ୍ରମୂଖ ବହୁ ଅଧିକାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଏଥିରେ ସାମିଲ ହୋଇଥିଲେ । ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଜିଲ୍ଲାର ବିିଭିନ୍ନ ଅଞ୍ଚଳରେ କୋଭିଡ଼ ନିୟମ ପାଳନ ସହ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।