ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଥାଗାଡିଆ ପଞ୍ଚାୟତର କଳାହାଣ୍ଡି ଗ୍ରାମରେ ପାଣି ପାଇଁ ହାହାକାର । ପିଇବା ପାଣି ଟିକେ ପାଇଁ ଦୀର୍ଘ ଦୁଇ କିଲୋମିଟର ଚାଲିଚାଲି ଯିବାକୁ ପଡେ ଗ୍ରାମବାସୀଙ୍କୁ । ପାଇପ୍ ଲାଇନ୍ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଗ୍ରାମରେ ପାଇପ୍ ଲାଇନ୍ କାର୍ଯ୍ୟ ପାଇଁ ବର୍ଷେ ତଳୁ ଟେଣ୍ଡର ହୋଇଥିଲେ ମଧ୍ୟ ଅଧାରେ ପଡ଼ିଛି କାର୍ଯ୍ୟ । କେବେ କାର୍ଯ୍ୟ ଶେଷ ହେବ କାହା ପାଖରେ ଖବର ନାହିଁ । ବିଭାଗୀୟ ଜେଇଙ୍କୁ ପଚାରିଲେ ପାଞ୍ଚଦିନ ଭିତରେ ହେବ , କାଲି ଆରମ୍ଭ ହେବ କହି ସମୟ ଗଡାଇ ଚାଲିଛନ୍ତି ।
ଏପରି କି ପୁର୍ବରୁ ପାଇପ୍ ଲାଇନ୍ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡର କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଠିକାଦାର ଏବଂ ଜେଇ ମିଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ମଧ୍ୟ ହେଉଅଛି । ଗ୍ରାମ ରେ ଥିବା ପମ୍ପ ହାଉସ୍ ବହୁ ଦିନ ହେବ ବନ୍ଦ ହୋଇ ଯାଇଥିଲେ ସୁଦ୍ଧା ଚଞ୍ଚକତା କରି ପ୍ରତି ବର୍ଷ ରିପ୍ୟାରିଙ୍ଗ ପାଇଁ ଟଙ୍କା ଆତ୍ମସାତ କରାଯାଉଛି । ଗ୍ରାମବାସୀ ମାନେ କିପରି ଅତି ଶୀଘ୍ର ପିଇବା ପାଣି ପାଇବେ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।