ବାଲିଗୁଡାରେ ଦୁଇ ଦିନିଆ ସପ୍ତାହାନ୍ତ ବନ୍ଦ : ଯାନବାହାନ ଚଳାଚଳ ଠପ !!!

0
153

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜନଗହଳି କମାଇ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସଟଡାଉନ ଲାଗୁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ସଟଡାଉନ ପାଇଁ ଘୋଷଣା କରାଯାଇଛି ।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି.ଉଦୟଗିରି ଓ ବାଲିଗୁଡା ଏନଏସି ରେ ସଟ୍ ଡାଉନ୍ ଓ ନାଇଟ୍ କର୍ଫ୍ୟୁ କୁ ନେଇ ବାଲିଗୁଡା ତହସିଲ ପକ୍ଷରୁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ସଂଗଠନ ମାନଙ୍କୁ ସଚେତନତା କରାଯାଇଥିଲା । ତେବେ ବାଲିଗୁଡା ବଜାରକୁ ମଧ୍ୟ ଏହି ସଟ୍ ଡାଉନରେ ସାମିଲ୍ କରାଯାଇଛି l ସମଗ୍ର ବାଲିଗୁଡା ଅଞ୍ଚଳରେ ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀ କାଳୀନ କର୍ଫ୍ୟୁ ।

ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିଛି । ଅଞ୍ଚଳ ଲୋକେ ଏହି ସଟ୍ ଡାଉନ ନିୟମ କୁ ସ୍ଵତ ପ୍ରବୃତ୍ତ ଭାବେ ମାନୁଥିବା ଦେଖିବାକୁ ମିଳିଛି । ରାସ୍ତା ଘାଟ ସବୁ ଖାଁ ଖାଁ ହୋଇଥିବାର ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳ ସହ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଥିବା ବେଳେ ସଟ୍ ଡାଉନ୍ କଟକଣାକୁ ଲୋକେ ସ୍ୱାଗତ କରିବା ସହ ପ୍ରଶାସନକୁ ସହଯୋଗ କରୁଥିବା କହିଛନ୍ତି । ଏହି ଦୁଇ ଦିନିଆ ସଟ ଡାଉନ ସୋମବାର ସକାଳ ପର୍ଯ୍ୟନ୍ତ ଲାଗୁ ରହୁଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ତହସିଲଦାର ଶଶାଙ୍କ ଶେଖର ପାତ୍ର ଲଗାତାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here