ଗଜପତି ଜିଲ୍ଲା ରେ କ୍ଵାମି ଏକତା ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମର“ଶାସ୍ତ୍ରୀଜି ଯୁବକ ସଂଘ” ଦ୍ଵାରା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ଜନ୍ମ ବାର୍ଷିକ ଅବସରରେ ପ୍ରତି ବର୍ଷ ପରି “କ୍ଵାମି ଏକତା ଦିବସ” କାର୍ଯ୍ୟକ୍ରମଟି ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଉପଧାକ୍ଷ ସୁବାସ ଚନ୍ଦ୍ର ପାଇକ, ସମ୍ମାନିତ ଅତିଥି ରୂପେ କେ.ଝାଲରସିଂ ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀକାନ୍ତ ବେହେର୍ଦ୍ଦଳାଇ, ପୂର୍ବତନ ୱାର୍ଡ ସଭ୍ୟା ସୀମା ପ୍ରଧାନୀ ଓ ଶାସ୍ତ୍ରୀଜି ଯୁବକ ସଂଘର ସଭାପତି କୈଳାସ ମାଝି, ସଂପାଦକ କେଦାର ପାଇକ, ଉପଦେଷ୍ଟା ରବିନ୍ଦ୍ର ପାଇକ ଏବଂ ସଂଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ଵାମି ଏକତା ଅର୍ଥାତ୍ ଅନେକତାରେ ବି ଏକତା ଯାହା ଆମ ଭାରତର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଜାତି ଧର୍ମ ବର୍ଣ୍ଣ ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକ ଭାରତୀୟ ଅଟୁ । ବିଭିନ୍ନ ଜନଜାତି ଓ ଅନୁସୂଚିତ ଜାତିର ସଂସ୍କୃତି, ନାରୀ ଜାଗରଣ, ଗ୍ରାମାଞ୍ଚଳର ବିକାଶ ସର୍ବ ଧର୍ମକୁ ସମ୍ମାନ ଦେବା, ଦେଶର ବିକାଶରେ ସମସ୍ତଙ୍କ ଅବଦାନ କଥା ସ୍ମରଣ କରାଯାଇଥିଲା । ସେହିପରି ଆର୍ଉ.ଦୟଗିରି ବ୍ଲକର ରାମଗିରି ଗ୍ରାମର “କୁରେଇଶୁଣି ୟୋଥ କ୍ଲବ”ଏବଂ ରାୟଗଡ଼ ବ୍ଲକର ଲିମରସିଂ ଗ୍ରାମର ଏକଲବ୍ୟ ୟୁଥ କ୍ଲବ ଦ୍ଵାରା “କରୋନା ସଚେତନତା” କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ଲୋକମାନଙ୍କୁ କରୋନାର ଭୟାବହତା ଠାରୁ କିପରି ରକ୍ଷା ପାଇବାପାଇଁ କାନ୍ଥଚିତ୍ର ଜରିଆରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା । ତିନୋଟି ବ୍ଲକର ଜାତୀୟ ସ୍ଵୟଂ ସେବକ କରୁଣାକର ବେହର୍ଦ୍ଦଳାଇ, ସୁଧାଂଶୁ ରଞ୍ଜନ ପାଣି, ଜିତେନ୍ଦ୍ର ପ୍ରଧାନ, ବିଜୟ ସାହୁ ଓ ଏ.ଶ୍ରୀକାନ୍ତ ଦୋରା କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *