ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଞ୍ଚଳିକ ବିକାଶ ପରିଷଦ ଗଞ୍ଜାମ ଓ ପାରଳାଖେମୁଣ୍ଡି ବନଖଣ୍ଡ ସହଯୋଗରେ ବିଶ୍ୱ ଘରଚଟିଆ ଦିବସ ଗୋଷାଣି ବ୍ଳକ ପାଟିକୋଟା ଗ୍ରାମରେ ପାଳିତ ହୋଇଯାଇଛି । ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଓ ଜନ ସଚେତନତା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ . କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସମ୍ମାନିତ ଅତିଥି ରୂପେ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରାଉତ , ଦେବଗିରି ବନାଞ୍ଚଳ ଅଧିକାରୀ ଅରୁଣ କୁମାର ବେହେରା , ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଘରଚଟିଆ ର ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର ସଭାପତି ଏ.ସିମାଦ୍ରିଙ୍କୁ କୃତିମ ବସା, ଖାଦ୍ୟ ସ୍ଥଳୀ ବଣ୍ଟନ କରିବା ସହ ଘର ଦାଣ୍ଡରେ କୃତ୍ରିମ ବସା ସ୍ଥାପନ କରଯାଇଥିଲା । ଆଞ୍ଚଳିକ ବିକାଶ ପରିଷଦ ପୁର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକରେ ଘର ଚଟିଆ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳତା ଲାଭ କରିବା ସହ ଵହୁ ପ୍ରସଂଶା ପାଇଅଛି . ଆଉ ପାଦେ ଆଗକୁ ଯାଇ ପଡୋଶୀ ଜିଲ୍ଲା ଗଜପତିରେ ଆଜି ଘର ଚଟିଆ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି . ଆଗାମି ଦିନରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବା ନିମନ୍ତେ କାର୍ଯ୍ୟକ୍ରମରେ ସୁଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ।