ନୟାଗଡ ଜିଲ୍ଲା କଂଗ୍ରେସର ବୈଠକ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଦଶପଲ୍ଲା ବ୍ଲକ ଏବଂ ଏନଏସି ର ସାଙ୍ଗଠନିକ ବୈଠକ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାସ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଟଣା ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଯୁବ କଂଗ୍ରେସ ନେତା ପ୍ରତୀକ ମହାପାତ୍ର, ମହିଳା ସଭାନେତ୍ରୀ ଉମାରାଣୀ ପାଣି, ଦଶପଲ୍ଲାର ବରିଷ୍ଠ ନେତା ରାଜୀବ ଲୋଚନ ମିଶ୍ର, ଆଇନଜୀବି ବିନୋଦ ମିଶ୍ର, ପ୍ରମୋଦ ମହାପାତ୍ର, କିଶୋର ପଣ୍ଡା, ପୂର୍ଣ୍ଣ ନାଏକ, ରମେଶ ପରିଡା,ବୁଲୁ ପରିଡା, ପ୍ରକାଶ ପାତ୍ର, କାଶୀନାଥ ନାୟକ,ବ୍ରଜ ସାହୁ ପ୍ରମୁଖ ଯୋଗଦେଇଥିଲେ । ନୟାଗଡ ଜିଲ୍ଲାରେ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ଉପରେ ସମସ୍ତ କର୍ମୀ ଗୁରୁତ୍ଵ ଆରୋପ କରିଥିଲେ । ଦଶପଲ୍ଲା ଏନଏସି କଂଗ୍ରେସ ସଭାପତି ପଦବୀ ପାଇଁ ସଭାରେ ପ୍ରସ୍ତାବ ଆଗତ ହୋଇଥିଲା । କଂଗ୍ରେସ ଦଳର ସଙ୍ଗଠନ ତୃଣମୂଳ ସ୍ତରରୁ ସଜଡାଯାଇ ଲୋକମାନଙ୍କ ସମସ୍ୟା ସହିତ ଜଡ଼ିତ ରହିବା ସହ ଦଶପଲ୍ଲାରେ ସଶକ୍ତ ବିରୋଧୀ ଦଳର କାର୍ଯ୍ୟ ନିର୍ବାହ କରାଯିବ ବୋଲି ଜିଲ୍ଲା ସଭାପତି ରଣଜିତ ଦାସ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *