ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : କରୋନା କଟକଣା ପାଇଁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାକୁ ବାରଣ କରିଛନ୍ତି ସରକାର । ସେଥିପାଇଁ ଯାଜପୁରର ପବିତ୍ର ବୈତରଣୀ ନଦୀ ତଟ ଦଶାଶ୍ୱମେଧ ଘାଟ ଓ ମା ବିରଜା ମନ୍ଦିର ପରିସର ରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଥି ସହିତ ଯାଜପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ପରିସର ରେ ୧୪୪ ଧାରା ଜାରି କରିଛନି ଜିଲ୍ଲା ପୁଲିସ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇବାକୁ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ ଏକତ୍ରିତ ହୋଇ ଡଙ୍ଗା ଭସାକୁ ବାରଣ କରାଯାଇଥିବା ବେଳେ ମନ୍ଦିରରେ ଦର୍ଶନ ମଧ୍ୟ ବନ୍ଦ କରାଯିବାକୁ ନିର୍ଦେଶ ରହିଛି । ଯାହାକି ଶ୍ରଦ୍ଧାଳୁ ମନକୁ ନିରାଶ କରିଛି । ଅନ୍ୟ ପଟେ ଛୋଟ ଛୋଟ ଦେଵାଦେବୀ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଛି ।