ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କୃଷିବିଲ୍୨୦୨୦ବିରୁଦ୍ଧରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ବୋଲଗଡ ବେଗୁନିଆରେ ଚକାଜାମ କଲା ସିପିଆଇ ଓ ସିପିଏମ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ନୂତନ କୃଷି ବିଲକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ସମୟରେ ଏହାକୁ ସମର୍ଥନ କରିଛନ୍ତି ଅନେକ ରାଜନୈତିକ ଦଳ . ଭାରତ ବନ୍ଦ ଡାକରା ଅବସରରେ ସିପିଆଇ ଓ ସିପିଏମ୍ ତରଫରୁ ବୋଲଗଡ଼, ବେଗୁନିଆ ଓ ରଣପୁର ଅଞ୍ଚଳର କର୍ମୀ ମାନେ ୫୭ନମ୍ବର ଜାତୀୟ ରାଜପଥର ବିନୋଦପଡା ଠାରେ ବନ୍ଦ ପାଳନ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡିମଟର ଅଟକିରହିଥିଲା । ଶାନ୍ତି ପୂର୍ଣ ଭାବେ ବନ୍ଦପାଳନ କାର୍ଯ୍ୟକ୍ରମକୁ କମ୍ରେଡ ସୁମନ୍ତ ଛୋଟରାୟ ଓ ସବ୍ୟସାଚୀ ସେନାପତିଙ୍କ ନେତୃତ୍ୱ ରେ କରାଯାଇଥିଲା । କାର୍ଯ୍ୟକ୍ରମରେ ବକ୍ତା ଭାବରେ ବିଜୟଗୁମାନସିଂହ, ବାବାଜୀ ରାଉତରାୟ, ଧନି ମାର୍ଥା, ବସନ୍ତସେଠି, ଶ୍ୟାମସୁନ୍ଦର ରାଉତରାୟ , ଶତୃଘ୍ନ ସାହୁ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟରେ କୃଷିବିଲ୍୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ । କୃଷିକୁ ଅମ୍ବାନୀ ଆଦାନୀ ପ୍ରଭୃତି ଶିଳ୍ପପତିଙ୍କ ହାତରେ ଟେକିନଦେବା, ଧାନ ର ସହାୟକ ମୂଲ୍ୟ ବୃଦ୍ଧି କରିବା, ମଣ୍ଡି ବ୍ୟବସ୍ଥାକୁ କର୍ପୋରେଟର ହାତକୁ ଟେକି ନଦେବା । ସ୍ୱାମିନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଓ କୃଷକନେତାଙ୍କ ନାମରେ ରୁଜୁ କରାଯାଇଥିବା ମକଦ୍ଦମା ପ୍ରତ୍ୟାହାର କରିବାପାଇଁ ଦାବିକରି ଥିଲେ ଆନ୍ଦୋଳନକାରୀ ।