ଗଜପତିରେ ବାହାର ରାଜ୍ୟର ଧାନ ଅମଳ ଗାଡି : ଚାଷୀଙ୍କୁ ଶୋଷଣ ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବାହାର ରାଜ୍ୟର ମାଳ ମାଳ ଧାନ ଅମଳ ଗାଡି . ଚାଷୀଙ୍କୁ ଶୋଷଣ କରୁଛନ୍ତି ଦଲାଲ . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସହ ଆଖ ପାଖ ଅଞ୍ଚଳରେ ଖରିଫ ଋତୁର ଧାନ ଅମଳ ଚାଲିଥିବା ବେଳେ ବାହାର ରାଜ୍ୟରୁ କିଛି ଦଲାଲ ଧାନ ଅମଳ ଗାଡି ଆଣି ଧାନ ଅମଳ ସକାଶେ ଚଢା ଦର ନେଇ ଚାଷୀଙ୍କୁ ଶୋଷଣ କରୁଛନ୍ତି. ସିଧାସଳଖ ଏକାଥରକେ ଜମିରୁ ଧାନ ଅମଳ ହେଉଥିବାରୁ ଚାଷୀ ଦଲାଲ ପ୍ରୋରଚନାରେ ପଡି ଧାନ ଅମଳ ଗାଡି ସାହାଯ୍ୟରେ ଧାନ ଅମଳ କରୁଛନ୍ତି । ଏହା ଚାଷୀକୁ ଧାନ ଅମଳ ସକାଶେ ସହଜ ଉପାୟ ହୋଇଥିବାରୁ ବାଧ୍ୟ ହୋଇ ବାହାର ରାଜ୍ୟରୁ ଅଣାଯାଇ ଥିବା ଅମଳ ଗାଡି ଉପରେ ଅମଳ କରିବା ସକାଶେ ନିର୍ଭର କରୁଛନ୍ତି । ଏଠାକାର କିଛି ଦଲାଲ ସେମାନଙ୍କ ସହ ସଲସୁତୁରା କରି ଧାନ ଅମଳ ଗାଡି ଅମଳ ସକାଶେ ଚଢା ଦରରେ ଚାଷୀଙ୍କଠୁ ଘଣ୍ଟା ପ୍ରତି ୩ହଜାର ଟଙ୍କା ଧାନ ଅମଳ ସକାଶେ ଚାଷୀଙ୍କ ଠାରୁ ନେଉଛନ୍ତି । ଏଠାକାର କିଛି ଚାଷୀ ଧାନ ଅମଳ ଗାଡି ଆଣି ନିଜ ବ୍ୟବସାୟ କରି ମାଲାମାଲ ହେଉଛନ୍ତି । ଚାଷୀଙ୍କ ଠାରୁ ଅଧିକା ଘଣ୍ଟା ପ୍ରତି ଅଧିକା ଦର ନେଉଛନ୍ତି । ଫଳରେ ଚାଷୀ ଶୋଷଣ ର ଶିକାର ହେଉଛନ୍ତି । ବିଶେଷ କରି କ୍ଷୁଦ୍ରଚାଷୀ ଶୋଷଣର ଶିକାର ହେଉଛନ୍ତି । ଏଥିପ୍ରତି କୃଷି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *