ଆଠଗଡ଼ରେ ବୁଲା ଗାଇଗୋରୁ ମାନଙ୍କ ପାଇଁ “ଫାଷ୍ଟଏଡ ଭ୍ୟାନ୍” ଏବଂ “ଗୋରୁକୁଣ୍ଡ” ସ୍ଥାପନ

0
260

Loading

ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସହରର ଅଗ୍ରଣୀ ସାମାଜିକ ସଂଗଠନ ଏଇତ ଜୀବନ ପରିବାର ଓ ବାବା ଧବଳେଶ୍ଵର ଗୋଷଣ୍ଢ ସେବାଶ୍ରମର ମିଳିତ ସହଯୋଗରେ କଟକ ଜିଲ୍ଲାର ଆଠଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ଫାଷ୍ଟ ଏଡ଼ ଭ୍ୟାନ ଓ ଗୋରୁକୁଣ୍ଡର ଶୁଭ ଉଦଘାଟନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି । ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିଥି ଭାବରେ ଯୋଗଦାନ କରି ଫାଷ୍ଟଏଡ ଭ୍ୟାନ୍ ଲୋକାର୍ପଣ କରିବେ । ସମ୍ମାନୀୟ ଅତିଥି ଭାବେ ଡ଼ଃ.ଶାନ୍ତି ଭୂଷଣ ପଣ୍ଡା, ମୁଖ୍ୟବକ୍ତା ରୂପେ ବିଶିଷ୍ଠ ସମାଜସେବୀ ଅଭିମନ୍ୟୁ ଦାସ, ମାନବ ଅଧିକାର ପରିଷଦର ରାଜ୍ୟ ସଂଯୋଜକ ପ୍ରଣବ ବିଶ୍ୱାଳ ଓ ଆଲବମ ଅଭିନେତା ଜିତୁ ରାଉତ ପ୍ରମୁଖ ଉପସ୍ଥିତ ରହିବେ । ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୁନି ସମାଜସେବୀ ଲିଟିଲ ଡ୍ରମର ତଥା ଏଇତ ଜୀବନ ପରିବାର ବ୍ରାଣ୍ଡ ଆମ୍ବାସେଡ଼ର ଅଭିଷେକ ସାହୁ ଡ୍ରମ ବାଦନ କରି ସାଧାରଣ ଜନତାଙ୍କୁ ବୁଲା ଗୋରୁ ଷଣ୍ଢ ମାନଙ୍କ ଯତ୍ନ ନେବା ପାଇଁ ସଚେତନ କରିବେ ।

LEAVE A REPLY

Please enter your comment!
Please enter your name here