ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣାରେ ପରୀ କୁ ନ୍ୟାୟ ଦାବିକରି ନୟାଗଡ଼ ଜିଲ୍ଲା କଂଗ୍ରେସ ଗଡାଇବ ପରୀ ନ୍ୟାୟ ରଥ । ଡିସେମ୍ବର ୧୩ ତାରିଖରୁ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରୁ ପରୀ ନ୍ୟାୟ ରଥର ଶୁଭାରମ୍ଭ କରାଯିବ । ସମଗ୍ର ଜିଲ୍ଲାରୁ ପଚାଶ ହଜାର ଦସ୍ତଖତ ସଂଗ୍ରହ କରି ପରୀକୁ ନ୍ୟାୟ ପ୍ରଦାନ ପାଇଁ ମହାମହିମ ରାଷ୍ଟ୍ରପତି ହସ୍ତକ୍ଷେପ କରିବା ନିମନ୍ତେ ମାନନୀୟ ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ପ୍ରଭାରୀ ନିଶିକାନ୍ତ ମିଶ୍ର ଯୋଗଦେବେ । ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିନ ମାନଙ୍କରେ ପ୍ରଦେଶ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ତଥା ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ସୂଚନା ଦେଇଛନ୍ତି ।