ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସରୋଜ ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ନୃସିଂହ ଚରଣ ପଟ୍ଟନାୟକ, କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି ଏଚ ସୀମାଦ୍ରୀ, ଜିଲ୍ଲା ପର୍ଯ୍ୟବେକ୍ଷକ ସରୋଜ ସାବତ, ଗଜପତି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ସରୋଜ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କର କଲ୍ୟାଣ ପାଇଁ ଯେଉଁ କୃଷି ଆଇନଟି ଆଣିଛନ୍ତି ତାହା ଚାଷୀ ମାନଙ୍କ ହିତ ପାଇଁ ଆଣିଛନ୍ତି . ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ , ସମବାୟ ମନ୍ତ୍ରୀ ଦୀର୍ଘ ଏକ ମାସ ହେଲା କହିଲେଣି ଧାନ କିଣା ଆରମ୍ଭ କରି ସାରିଲେଣି କିନ୍ତୁ ବର୍ତ୍ତମାନ ସୁଦ୍ଧା 3500 ମଣ୍ଡି ଖୋଲିନାହିଁ କାହିଁକି ? ଏ ପର୍ଯ୍ୟନ୍ତ କୌଣସି ଚାଷୀ ଟୋକନ ପାଇ ନାହାନ୍ତି । ଟୋକନକୁ ତାଙ୍କ ଦଳୀୟ ଆଧାରରେ ବାଣ୍ଟିଦିଆ ଦିଆ ଯାଇଛି ସେମାନେ ହିଁ ଧାନ ବିକି ପାରିବେ ଏଥିରୁ ପ୍ରକୃତ ଚାଷୀ ବଞ୍ଚିତ ହୋଇଛନ୍ତି । ଗଜପତି ଜିଲ୍ଲାରେ ଏ ପର୍ଯ୍ୟନ୍ତ 41 ଟି ମଣ୍ଡି ଖୋଲି ନାହିଁ ଚାଷୀ ଏ ପର୍ଯ୍ୟନ୍ତ ଚାଷୀ ତାର ଉତ୍ପାଦିତ କରିଥିବା ଧାନକୁ ନିଜ ଖଳାରେ ପକାଇ ନଷ୍ଟ କରିବାକୁ ବସିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ଟୋକନ ଦିଆ ଯାଇନାହିଁ କି ମଣ୍ଡି ଖୋଲା ଯାଇନାହିଁ । ରାଜ୍ୟ ସରକାର କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ କିଷାନନିଧି ଯୋଜନା ସାରା ଭାରତ ବର୍ଷର କିଷାନମାନେ ଲାଭ ପାଉଥିବା ବେଳେ ରାଜ୍ୟରେ ରାଜ୍ୟ ସରକାର କାଳିଆ ଯୋଜନାରେ ଦଳୀୟ କର୍ମୀଙ୍କୁ କାଳିଆ ଯୋଜନାରେ 59 ଲକ୍ଷ ଲୋକଙ୍କୁ ଦେଇଥିଲେ କିନ୍ତୁ କିଷାନ ଯୋଜନାରେ 36ଲକ୍ଷ ଲୋକଙ୍କୁ ଦିଆ ଯାଇଛି। 20 ଲକ୍ଷ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ବଞ୍ଚିତ କରାଯାଇ ଥିବାର କୁହାଯାଇଛି । ରାଜ୍ୟ ସରକାରଙ୍କ ବିଫଳତା କିଷାନ ଯୋଜନାରେ ବଞ୍ଚିତ ହୋଇଛନ୍ତି । ସାରା ଭାରତ ବର୍ଷରେ କୃଷକମାନଙ୍କ ର ଜନ କଲ୍ୟାଣ ନିମନ୍ତେ ଯେଉଁ ଆଇନ ଆସିଛି ଏହି ଆଇନକୁ କେନ୍ଦ୍ରରେ କଂଗ୍ରେସ ସହିତ ଅନ୍ୟ କିଛି ରାଜନୈତିକ ଦଳ ଏମାନେ ଚାଷୀ ନାମରେ ଭ୍ରମ ସୃଷ୍ଟି କରୁଛନ୍ତି । ତା ସହିତ ମଧ୍ୟ ଏ ଯେଉଁ କିଛି ଦିନ ତଳେ ଭାରତ ବନ୍ଦ ଡାକରା ଦିଆଯାଇ ଥିଲା ଗୋଟିଏ ପଟେ ରାଜ୍ୟ ସରକାର କେନ୍ଦ୍ରରେ ଵିଲକୁ ସମର୍ଥନ ଦେଉଥିବା ବେଳେ ରାଜ୍ୟରେ ଏହି ବନ୍ଦକୁ ପରୋକ୍ଷ ଭାବରେ ସରକାରି ଭାବରେ ଘୋଷଣା କରି ବନ୍ଦ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *