ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମ ପଞ୍ଚାୟତର ସାନ ଏକଡ଼ାଳ ଗ୍ରାମରେ ମହା ସମାରୋହରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ମହାନଦୀ କୂଳରେ ବିଜେ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଜାଗର ଯାତ୍ରା ଉପଲକ୍ଷେ ତିନି ଦିନ ଧରି ଯାତ୍ରା ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଜାଗର ଯାତ୍ରା ଉପଲକ୍ଷେ ହଜାର ହଜାର ଭକ୍ତ ଙ୍କ ଗହଳି ଲାଗି ରହିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା କୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏହି ଯାତ୍ରା ପାଳନ କରାଯାଇଛି । ତିନିଦିନ ଧରି ସାନ ଏକଡ଼ାଳ ଗ୍ରାମରେ ଖୋଲା ମଞ୍ଚ ନାଟକ ପରିବେଷଣ କରାଯିବା ସହ ଛୋଟ ପିଲା ମାନଙ୍କ ଉପଭୋଗ ପାଇଁ ଦୋଳି ଏବଂ ଦୋକାନର ଆସର ଦେଖିବାକୁ ମିଳିଥିଲା । ପରମ୍ପରା,ଐତିହ୍ୟ ଓ ସଂକୃତି କୁ ବଜାୟ ରଖିବା ପାଇଁ ଗ୍ରାମର ରଘୁନାଥ ଜୀଉ ନାଟ୍ୟ ସଂସଦର କର୍ମକର୍ତ୍ତା ମାନେ ଏହି ଯାତ୍ରାର ଆୟୋଜନ କରିଥିଲେ । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶକ୍ତି ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ନରସିଂହପୁର ସାମ୍ବାଦିକ ସଙ୍ଘର ସଭାପତି ଓ ଏକଡ଼ାଳ ଗ୍ରାମ ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ଚିତ୍ରସେନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।