କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଗରୀବ ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ର ବ୍ୟବସ୍ଥା କରାଇବା ପାଇଁ ସରକାର ଆଣିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନା . ତେବେ ତଦାରଖ କରୁଥିବା ଅଧିକାରୀ ମାନଙ୍କ ମନମୁଖୀ କାରବାର କାରଣରୁ ଅନେକ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଯୋଜନାରୁ ବଞ୍ଚିତ . ଏପରି ଘଟଣା ସାମନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ . ଗ୍ରାମର ଜଣେ ଅସହାୟ ମହିଳା କୁଷ୍ଠ ଆକ୍ରାନ୍ତ ହେବ ପରେ ତାଙ୍କର ଟିପ ଚିହ୍ନ ସ୍ପଷ୍ଟ ହେଉ ନଥିବାରୁ ତାଙ୍କୁ ମିଳି ପାରୁନାହିଁ ରାସନ କାର୍ଡ .
ଢେଙ୍କାନାଳ ଜିଲ୍ଲାର ଭାପୁର ଅଞ୍ଚଳର ୱାର୍ଡ ନମ୍ବର-3 ରେ ଅସହାୟ ଅବସ୍ଥାରେ ଅଛନ୍ତି ଏହି ପରିବାର । ସରକାରୀ ସହାୟତା ମିଳିବା ତ ଦୂରର କଥା, କୁଷ୍ଠ ରୋଗରେ ପୀଡିତ ବୁଢ଼ୀ ମାର ଆଙ୍ଗୁଠି ନଥିବାରୁ ମିଳୁ ନାହିଁ ରାସନ . ଏପରିକି ତାଲିକାରେ ନାଁ ଥାଇ ସୁଦ୍ଧା ଲାଞ୍ଚ ଦେଇ ନପାରିବାରୁ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥିବାର ଅଭିଯୋଗ ଆସିଛି । ଅସହାୟ ପରିବାରର ବାସ୍ତବ ଅବସ୍ଥା ପ୍ରତି ଧ୍ୟାନ ଦେଇ ତାହାର ସମାଧାନ ପନ୍ଥା ଗ୍ରହଣ ପାଇଁ ପ୍ରଶାସନକୁ ଦାବୀ କରିଛନ୍ତି ସ୍ଥାନୀୟ କେତେକ ସାମାଜିକ କର୍ମୀ ।