ପିପିଲି ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ହିନ୍ଦୁ ନବବର୍ଷ ଅବସରରେ ପାଳିତ ହେବାକୁ ଥିବା ଜାଗୃତି ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ପିପିଲି ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ ଏହି ଉତ୍ସବ ପାଳିତ ହୋଇଥାଏ । ତେବେ ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । ଆୟୋଜିତ ପ୍ରସ୍ତୁତି ବୈଠକରେ ଜାଗୃତି ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଚଳିତ ବର୍ଷ ମହୋତ୍ସବ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନୁଷ୍ଠାନର ସଭାପତି ପ୍ରଭାତ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ଏବଂ ବନ୍ଧୁମିଳନ ରେ ସମସ୍ତ ସଦସ୍ୟ , ଉପଦେଷ୍ଟା ଏବଂ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ ।