ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆୟୋଜିତ ହୋଇଯାଇଛି ପାରଳାଖେମୁଣ୍ଡି ନଗର ସମ୍ମିଳନୀ 2020 । ଗଜପତି ଜିଲ୍ଲା ପ୍ରମୁଖ ବାଳକୃ୍ଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ତଥା ଗଜପତି ବିଭାଗ ଓ ଗଞ୍ଜାମ ବିଭାଗ ସଂଗଠନ ମନ୍ତ୍ରୀ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ସଂଦର୍ଭରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉପଦେଷ୍ଟା ମନୋଜ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ପୂର୍ବତନ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଛାତ୍ରଶକ୍ତି – ରାଷ୍ଟ୍ରଶକ୍ତି ବିଷୟ ଉପରେ ଆଲୋକପାତ କରିଥିଲେ । ନଗର ସହ ସଂପାଦକ ତଥା ଚଳିତ ବର୍ଷର ଗଜପତି ଜିଲ୍ଲା ସଂଯୋଜକ ତୁଷାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ପରିଷଦର କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବରେ ମନୋଜ ପଟ୍ଟନାୟକ ପାରଳାଖେମୁଣ୍ଡି ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ସଭାପତି ଭାବେ ଡ.ସୁଶାନ୍ତ ପଟ୍ଟନାୟକ, ନଗର ସଂପାଦକ ଭାବେ ଶ୍ରୀଧର ପାଣିଗ୍ରାହୀ, ସହ ସଂପାଦକ ଭାବେ କେ.ଯୁବରାଜ, କେଦାର ନାଥ ନାୟକ,
ସମୀର ମଣ୍ଡଳ, କାହ୍ନା ମହାପାତ୍ରଙ୍କ ସମେତ ୩୦ ଜଣିଆ ନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା । ସମୀର ଭାଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଶେଷରେ ଗଜପତି ବିଭାଗ ପ୍ରମୁଖ ବିଘ୍ନେଶ୍ବର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ପାରଳାଖେମୁଣ୍ଡି ନଗର ସମ୍ମିଳନୀ – ୨୦୨୦

