କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପରିଶ୍ରାଗାର ନିର୍ମାଣ ପାଇଁ ଦାବି କଲେ ଏଇତ ଜୀବନ ପରିବାରର ସଦସ୍ୟ ମାନେ । ଏହା ସହିତ ନେତାଜୀଙ୍କ ଜନ୍ମ ସ୍ଥଳୀରେ ମଧ୍ୟ ଆବଶ୍ୟକତା ଦୃଷ୍ଟିରୁ ଶୌଚାଳୟ ନିର୍ମାଣ କରିବା ଓ ନେତଜୀଙ୍କ ଜନ୍ମସ୍ଥଳୀରେ ପାର୍କ ନିର୍ମାଣ ପାଇଁ ଆସିଥିବା ୫୦ ଲକ୍ଷ ଟଙ୍କାକୁ ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ସିଏମସି କମିସନରଙ୍କୁ ଏଇତ ଜୀଵନ ସାମାଜିକ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି । କମିଶନର ମହୋଦୟା ସମସ୍ତ କଥା ଶୁଣିବା ପରେ ମୁଖ୍ୟ ସ୍ଥାନ ସଵୁ ଚିହ୍ନଟ କରି ଲିଷ୍ଟ ପ୍ରଦାନ କରିବା ପାଇଁ କହିଛନ୍ତି । ଆଗାମୀ ଦିନରେ କଟକ ସହରର ଏହି ମୁଖ୍ୟ ସମସ୍ୟାର ସମାଧାନ ହେବ ବୋଲି ଲୋକେ ଆଶା ଓ ବିଶ୍ୱାସ ରଖିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ଶିବୁ ପଟ୍ଟନାୟକ, ଉପଦେଷ୍ଟା ସଞ୍ଜିତ ସାମଲ, ଅରୁଣ ସେଠୀ, ଶାଶ୍ୱତ ନାୟକ, ସଞ୍ଜୟ ରାଉତରାୟ, ସୁନୀଲ ସ୍ୱାଇଁ ଓ କ୍ଷିତିଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବସାଧାରଣ ପରିଶ୍ରାଗାର ନିର୍ମାଣ ପାଇଁ ଦାବି କଲେ ସାମାଜିକ କର୍ମୀ ।

