ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ ୨୦୨୬ ଆୟୋଜନ ପରିପ୍ରେକ୍ଷୀରେ ପାରଳା ର ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କ ଦ୍ଵାରା ସ୍ୱରଚିତ କବିତା ସଂକଳନ ଅଞ୍ଜଳୀ ପୁସ୍ତକ ଉନ୍ମୋଚନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ଡ. ପ୍ରସନ୍ନ ପାଟ୍ଟସାଣି , ବିଶିଷ୍ଠ କବି ପୂର୍ବତନ ସାଂସଦ ଭୁବନେଶ୍ୱର, ଡ ପ୍ରସନ୍ନ ସ୍ୱାଇଁ କୁଳପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ଓଡିଶା, ଭୁବନେଶ୍ୱର, ଡ. ମୁନୀନ୍ଦ୍ର ମେହେର ପ୍ରଫେସର ଉତ୍କଳ ବିଶ୍ୱ ବିଦ୍ୟାଳୟ, ଡ. ରକ୍ଷକ ନାୟକ ବିଶିଷ୍ଠ କବି ସମ୍ପାଦକ କଳିଙ୍ଗ ଟିଭି ଭୁବନେଶ୍ୱର,କବି ପ୍ରଶାନ୍ତ ଦାସ ପ୍ରତିଭା ଶ୍ରୀ ମୁଖ୍ୟ, ବାଲେଶ୍ୱର, କିଶୋର ଦିବେଦୀ ଚେରମ୍ୟାନ ୱାର୍ଲଡ ସୋସାଇଟି ଏବଂ ସାମ୍ବାଦିକ, ଡ ଘନଶ୍ୟାମ ବିଶ୍ୱାଳ ଚେରମ୍ୟାନ ସୁଲଗ୍ନା ଏଦୁକାସନ ଟ୍ରଷ୍ଟ, ଭୁବନେଶ୍ୱର, ଫକୀର ମୋହନ ସେନାପତି ଙ୍କ ଅଣ ନାତୁଣୀ ଶ୍ରୀମତୀ ଡକ୍ଟର ମୋନିକା ଦାସ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ବୃନ୍ଦ ସମେତ ୩୦ଜିଲ୍ଲା ର ବିଶିଷ୍ଠ କବି କବୟିତ୍ରୀ ଙ୍କ ଗହଣରେ ବର୍ଣ୍ଣାଢ଼୍ୟ ସମାରୋହରେ ପୁସ୍ତକ ଟି ଉନ୍ମୋଚନ ହୋଇ ଥିଲା। ଏହି ଅବସରରେ ସଭିଏ ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜିଲ୍ଲା ସଂଯୋଜିକା ଭାବେ ଅଞ୍ଜନା ପଟ୍ଟନାୟକ ଙ୍କୁ ସୃଜନ ଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ !!!

