ଗଙ୍ଗାବାଡ଼ ପଞ୍ଚାୟତ ର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ !

0
271

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ନିଜ ହାତକୁ ନିଆଯାଇଛି । ସେହି ଗୁଡିକ ହେଲା ରାଜ୍ୟ ସରକାରଙ୍କର ସମାଜ ମଙ୍ଗଳ ବିଭାଗ ତରଫରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରମାନଙ୍କ ପାଇଁ ଉଦ୍ଧିଷ୍ଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିମନ୍ତେ 120 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସ୍ଥାପନ ପାଇଁ ଅନୁମୋଦନ କରାଯାଇଛି । ଯେଉଁ ଥିରେ ଗଙ୍ଗାବାଡ଼ ପଞ୍ଚାୟତ ଏବଂ ପାଖ ଗ୍ରାମର 120ଜଣ ଛାତ୍ର ମାଗଣାରେ ରହିବା, ଖାଇବା ସହ ପାଠ ପଢି ପାରିବେ । ଜିଲ୍ଲା ପ୍ରଶାସନ ତରଫରୁ ଆନ୍ଧ୍ରପ୍ରଦେଶ ସୀମାରୁ ଗୁଡିକୁଡି ଗ୍ରାମକୁ ନିର୍ଗମ ପଥ ଦେଇ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ 40 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପାନୀୟ ଜଳ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗୁଡ଼ିକୁଡ଼ି ଗ୍ରାମରେ ସୌର ଶକ୍ତି ଦ୍ୱାରା ପରିଚାଳିତ ଓଭରହେଡ଼ ଟ୍ୟାଙ୍କ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା ପାଇଁ ଜିଲ୍ଲା ପାଳ 7ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପଞ୍ଚାୟତରେ ଆବଶ୍ୟକ ଥିବା ସମସ୍ତ କାର୍ଯ୍ୟ ଏବଂ ଆରମ୍ଭ ହୋଇ ଥିବା ବିଭିନ୍ନ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ଲାଗି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here