ଦେବୋତ୍ତର ଜମି ଜବରଦଖଲକାରୀଙ୍କ ବିରୋଧରେ ଗ୍ରାମବାସୀ ହେଲେ ତହସିଲରେ ଫେରାଦ ।

0
306

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜାତୀୟ ରାଜପଥ ସଂପ୍ରସାରଣ ହେବା ପରେ ସୁକିନ୍ଦା ଛକ ନିକଟରେ ଥିବା ବହୁ ପୁରାତନ ହନୁମାନ ମନ୍ଦିର ସ୍ଥାନାନ୍ତରିତ କରିବା ପାଇଁ ସୁକିନ୍ଦା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା l ଦେବୋତ୍ତର ବିଭାଗ ଅଧୀନରେ ଥିବା ଚନ୍ଦନ ପୋଖରୀ ନିକଟରେ ଥିବା ୨ଏକର ଜାଗାରୁ 6 ଗୁଣ୍ଠ ଜାଗା ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଚିହ୍ନଟ କରାଯାଇଥିଲା l ପୁନର୍ବାର ଜବର ଦଖଲକାରୀଙ୍କ ଚାପର ବଶବର୍ତ୍ତୀ ହୋଇ ସୁକିନ୍ଦା ତହସିଲି ପକ୍ଷରୁ 6 ଗୁଣ୍ଠ ଜାଗା ପରିବର୍ତ୍ତେ 4 ଗୁଣ୍ଠ ଦେବାକୁ ଚିହ୍ନଟ ଦିଆଯିବା ଘଟଣା ସ୍ଥାନୀୟ ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଚନ୍ଦନ ପୋଖରୀକୁ ଲାଗି ରହିଥିବା ସମସ୍ତ ଜବର ଦଖଲକାରୀଙ୍କୁ ଉଛେଦ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜନସାଧାରଣ ଏକ ଦାବିପତ୍ର ସୁକିନ୍ଦା ତହସିଲକୁ ପ୍ରଦାନ କରିଥିଲେ l ଜବରଦଖଲକାରୀଙ୍କୁ ଉଛେଦ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଗ୍ରାମବାସୀ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here