ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ବନ୍ଧୁତା ର ବାର୍ତ୍ତା ବହନ କରେ ନିଶ୍ଚିନ୍ତକୋଇଲି ଥାନା ର ଦୋଳ ମେଳଣ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପରିସରରେ ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଦୀର୍ଘ ୨୩ ବର୍ଷ ହେବ ପାଳିତ ହୋଇ ଆସୁଛି ମୁନସୀ ମେଳଣ । ନିଶ୍ଚିନ୍ତକୋଇଲି ଥାନା କର୍ମଚାରୀ ଏବଂ ଥାନା ଅଧୀନରେ ଥିବା ଅଞ୍ଚଳର ଲୋକଙ୍କ ମିଳିତ ସହଯୋଗ ରେ ମହାସମାରୋହରେ ପାଳିତ ହୋଇଛି ୨୩ ତମ ଦୋଳ ମେଳଣ । ନିଶ୍ଚିନ୍ତକୋଇଲି ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିର କୁ ଆଲୋକରେ ସୁସଜ୍ଜିତ କରାଯିବା ସହିତ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଜା ବାଣ ରୋଷଣୀ ରେ ମହା ପଟୁଆରରେ ସୁସଜ୍ଜିତ ବିମାନରେ ସର୍ବପ୍ରଥମେ ମେଳଣ କୁ ପ୍ରଭୁ ଶ୍ରୀ ଗୋପିନାଥ ଜୀୟୁ ବିଜେ କରିଥିଲେ । ପରେ ପରେ ପ୍ରଭୁ ଶ୍ରୀଶ୍ରୀ ମଦନମୋହନ, ମା ବେଲେଶ୍ଵରୀ ସୁସଜ୍ଜିତ ବିମାନରେ ପ୍ରବେଶ କରିଥିଲେ । ସ୍ଥାନୀୟ ଜନସାଧାରଣ ଙ୍କ ସମେତ ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ନିଜ କାନ୍ଧରେ କାନ୍ଧେଇ ଥାନା ପରିସର କୁ ପ୍ରଭୁ ଙ୍କୁ ପାଛୋଟି ଆଣିଥିଲେ । ଏହାପରେ ଚାଳିଶି ରୁ ଅଧିକ ସୁସଜ୍ଜିତ ବିମାନରେ ପ୍ରଭୁ ରାଧାକୃଷ୍ଣ ଆସି ମୋଲଣ ରେ ଯୋଗଦାନ କରିଥିଲେ । ସମସ୍ତ ଦିଅଁ ମାନଙ୍କୁ ଫୁଲ , ନୈବେଦ୍ୟ ଦିଆଯିବା ସହିତ ଭୋଗ ଲାଗି କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ସମସ୍ତ ଙ୍କ ନିମନ୍ତେ ଥାନା ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ପୋଲିସ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଏକ ନିଆରା ବନ୍ଧୁତ୍ୱ ର ବାର୍ତ୍ତା ବହନ କରିଥାଏ ଏହି ମୁନସୀ ମେଳଣ ।
ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ବନ୍ଧୁତା ର ପର୍ବ : ମୁନସୀ ମେଲଣ !!!

